କାଳବୈଶାଖୀ ବର୍ଷାରେ ଉଜୁଡିଗଲା ଫସଲ, ଚିନ୍ତାରେ ଚାଷୀ

Published By : Prameya-News7 Bureau | May 09, 2020 IST

ପଦ୍ମପୁର ୦୯।୦୫: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର ବ୍ଳକରେ କାଳବୈଶାଖୀ ଓ ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି ଜମିରେ ହିଁ ଧାନ ଗଜା ଦେଲାଣି । ରାଜବୋଡାସମ୍ବର ବ୍ଳକ ଅଧୀନସ୍ଥ ଲୋହାରପାଲି,ଗମାରୀଡିହି ବୁଧାପାଲି,ପୁରେନା ଅଂଚଳରେ ରବି ଋତୁରେ ସାତ ଶହ ଏକର ଜମିରେ ଚାଷୀ ମାନେ ଚାଷ କରିଛନ୍ତି । କରୋନା ଯୋଗୁଁ ସାରା ଭାରତରେ ତାଲାବନ୍ଦ ଯୋଗୁଁ ଲୋକ ଘରୁ ପଦାକୁ ବାହାରୁ ନାହାନ୍ତି ।

{"id":266991,"sizeSlug":"large"}

ସରକାର ଚାଷୀ ମାନଙ୍କୁ ଚାଷ କରିବା ପାଇଁ ନିୟମ କୋହଳ କରିବା ପରେ ଚାଷୀ ମାନେ ଖୁସିରେ ଚାଷ କରିଥିଲେ । ତେଣୁ କିଛି ଚାଷୀର ଧାନ କେଣ୍ଡାରେ ରହିଥିବା ବେଲେ କିଛି ବାଷୀଙ୍କ ଧାନ କଟି ବିଳରେ ଥୋଇଥିଲେ । ହେଲେ ଏହି ଅମଳ ସମୟରେ କାଳବୈଶାଖୁ ବର୍ଷା ତଥା କୁଆପଥର ମାଡ ଯୋଗୁଁ ଏହି ଚାଷୀ ମାନଙ୍କ ଧାନ ପୁରାପୁରି ଭାବରେ ନଷ୍ଟ ହୋଇ ଗଯାହୋଇ ଯାଇଛି । ବିଲରେ ପାଣି ଜମିଯିବା ଯୋଗୁଁ ଧାନ ପାଣିରେ ବୁଡ଼ି ରହିଛି ଏବେ ମଧ୍ୟ ବିଲରୁ ପାଣି ବହୁଥିବାରୁ ପରିସ୍ଥିତି ଅହୁରି ଖରାପ ।

{"id":266992,"sizeSlug":"large"}

ଧାନ ଗଛ ଗୁଡିକ ପଡ଼ିବାରେ ଲାଗିଲାଣି ଏବଂ ଧାନ କେଣ୍ଡାରେ ହିଁ ଗଜା ହୋଇଯାଉଛି । ଚାଷୀ ପାଖରେ ବର୍ତମାନ ସମୟରେ ଲୋକ ଲଗେଇ କାମ କରିବା ପାଇଁ ଆର୍ଥିକ ସକ୍ଷମ ନଥିବାରୁ ସେ ନିଜେ ହିଁ ଧାନ ସାଉଁଟିବା ରେ ଲାଗିପଡିଛି । କାରଣ କିଛି ଧାନ ଅମଲା ହୋଇଯିବ ଅସାରଖି । ଚାଷୀ ଧାରକରଜ କରି କରିଥିଲା ସେହି କରଜ କିପରି ସୁଝିବ ଏବେ ତାର ମୁଣ୍ଡ ର ବ୍ୟଥା ସାଜିଛି ଆଗାମୀ ଖରିଫ ଋତୁରେ ଚାଷ ଧାନ ଚାଷ କରିବା ପାଇଁ ଅର୍ଥଶୁନ୍ୟ ହୋଇ ପଢିବା ଦର୍ଶାଇଛନ୍ତି । ତେଣୁ ସରକାର ଏହି ଦୁର୍ବିପାକ ସମୟରେ ଚାଷୀଙ୍କୁ ଏହି କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.