Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ପାଟଣାରେ ବିହନ ଅଭାବ, ସମବାୟ ସମିତିରେ ଠେଲାପେଲା, ସେପଟେ ଚାଷୀଙ୍କୁ ଶୋଷୁଛନ୍ତି କଳାବଜାରୀ

28/05/2020 at 7:24 PM

ପାଟଣା, ୨୮|୦୫:  କେଉଁଝର ଜିଲ୍ଲା ପାଟଣା  ବ୍ଲକରେ ବିହନ ଧାନର ଘୋର ଅଭାବ ପରିଲକ୍ଷିତ ହୋଇଛି।ଚାଷୀ ସମବାୟ ସମିତିକୁ  ପ୍ରତିଦିନ ଦୌଡ଼ିଲେ ବି  ଧାନ ବିହନ ନପାଇ ହତାଶ ହୋଇ ଫେରୁଛନ୍ତି।ଫଳରେ ଚାଷୀକୂଳ ଅସନ୍ତାଷ ପ୍ରକାଶ କରିଛନ୍ତି।ପାଟଣା ସମବାୟ ସମିତି ତରଫରୁ ପୁଟୁଳିଆ  ଧାନ ବିହନ ବିକ୍ରି ସମୟରେ ଚାଷୀ ଙ୍କ ଦରକାରୀ ବିହନ ନମିଳିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏଥିରେ ୫ଶହରୁ ଉର୍ଦ୍ଧ୍ଵ ଚାଷୀ ସାମଜିକ ଦୂରତାକୁ  ମଧ୍ୟ ଉଲଙ୍ଘନ କରି ବିହନ ନେବା ପାଇଁ ଠେଲା ପେଲା କରିବା ସହ ଧାଡି ଭାଙ୍ଗିବା  ଦେଖିବାକୁ ମିଳିଥିଲା। ଲଲାଟ, ସହଭାଗୀ, ପୂଜା, ପ୍ରତୀକ୍ଷା ଓ କଳା ଚମ୍ପା ଧାନ ବିହନ ଆବଶ୍ୟକ ଥିବା ବେଳେ ପାଟଣା ରେ ଏହା  ମିଳୁ ନାହଁ।  ଫଳରେ ଚାଷୀଙ୍କୁ ସରକାରୀ  ରିହାତି ଦରରେ ବିହନ ନମିଳିବାରୁ  ଘରୋଇ ବିକ୍ରେତାଙ୍କ ଠାରୁ ଉଚ୍ଚା ଦରରେ ଧାନ ବିହନ କିଣିବାକୁ ପଡୁଛି।  ବ୍ଲକର  ପାଟଣା ସମବାୟ ସମିତି  ୫ ଶହ କ୍ୱିଣ୍ଟାଲ ଧାନ ବିହନ ଆବଶ୍ୟକ ଥିବା ବେଳେ  ସିଡ୍ସ କର୍ପୋରେସନ ବାଲେଶ୍ୱର କେବଳ ୧ ଶହ କ୍ୱିଣ୍ଟାଲ ବିହନ ଯୋଗାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ପାଟଣା ଲ୍ୟାମ୍ପ ଏମ,ଡି ହରମୋହନ ମହାନ୍ତ ସୂଚନା ଡେଇଛନ୍ତି ।

ଏନେଇ ପାଟଣା କୃଷି ଅଧିକାରୀ ପରେଶ କୁମାର ଦାଶଙ୍କ ମତାମତ ନେବାରୁ  ବ୍ଲକରେ ୧୭ କ୍ୱିଣ୍ଟାଲ ଧାନ ବିହନ ର ଆବଶ୍ୟକତା ଥିବା ବେଳେ ଓଡିଶା ରାଜ୍ୟ ବିହନ ନିଗମ ମାତ୍ର ୪୭୫ କ୍ୱିଣ୍ଟାଲ ବିହନ ଯୋଗାଇ ଦେଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଖୁବ ଶୀଘ୍ର ଚାଷୀ ଙ୍କୁ ଆବଶ୍ୟକ ଅନୁଯାୟୀ ବିହନ ଯୋଗାଇ ଦେବାକୁ ଚାଷୀଙ୍କ ପକ୍ଷରୁ ଦାବି ଜୋର ଧରିଛି।

   Related Posts