Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଲଗାଣ ବର୍ଷାରେ ଫସଲ ହାନି, ହୋଇପାରୁନି ବନ୍ୟା ଜଳ ନିଷ୍କାସନ, ଚାଷ ଜମିରେ ଆଣ୍ଠୁଏ ଉଚ୍ଚର ପାଣି

19/09/2021 at 10:36 AM

ଚଣ୍ଡିଖୋଲ ୧୯/୦୯: ଲଘୁଚାପ ଜନିତ ଲଗାଣ ବର୍ଷାରେ ଗୋବରୀ ନଦୀରେ ବନ୍ୟା ଜଳ ଆସି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ବିଭିନ୍ନ ପଂଚାୟତରେ ଏକର ଏକର ଚାଷ ଜମିରେ ଏବେବି ପାଣି ଜମି ରହିଛି । ବଡ଼ଚଣା ବ୍ଲକର ବରଦା ପଂଚାୟତର ଚାଷ ଜମିରେ ଗୋବରୀ ନଦୀର ବନ୍ୟା ଜଳ ଜମି ରହିବା ଫଳରେ ସହ ସହ ଏକର ଧାନ ଫସଲ ନଷ୍ଟ ହୋଇଯାଇଛି ।

ବିଶେଷ କରି ଗୋବରୀ ନଦୀରେ ବନ୍ୟା ଆସିଲେ ପ୍ରତିବର୍ଷ ବରଦା ପଂଚାୟତରେ ଦୀର୍ଘ ଦିନ ଧରି ବନ୍ୟା ଜଳ ଗାଁ ଓ ଚାଷ ଜମିରେ ପାଣି ଜମି ରହେ । ବର୍ଷାର ପରିମାଣ କମିଛି, ବନ୍ୟାର ଆଶଙ୍କା ଟଳି ଯାଇଛି ହେଲେ ଏବେବି ଚାଷ ଜମି ପାଣି ଘେରରେ ରହିଛି । ଗୋବରୀ ନଦୀର ବନ୍ୟା ଜଳ ନିଷ୍କାସନ ହେଉନଥିବାରୁ ଦୀର୍ଘ ଦିନ ଧରି ବନ୍ୟା ଜଳ ଚାଷ ଜମିରେ ଜମି ରହୁଛି ।

ଯାହା ଫଳରେ ଧାନ ଫସଲ ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ବରଦା ପଂଚାୟତ ଭଳି ବହୁ ପଞ୍ଚାୟତ ଏହି ଦୁର୍ଦଶା ଭୋଗୁଛନ୍ତି । ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ ସ୍ଥାୟି ବ୍ୟବସ୍ଥା କରିବା ସହ ଚାଷ କ୍ଷୟକ୍ଷତି ହୋଇଥିବା ଯୋଗୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି ।

   Related Posts