ଗଞ୍ଜାମରେ ଚକଡା ପୋକ ଯୋଗୁଁ ଫସଲ ନଷ୍ଟ ; ଚିନ୍ତାରେ ଚାଷୀ

Published By : Prameya-News7 Bureau | November 26, 2018 IST

ଗଞ୍ଜାମ ୨୬|୧୧:  ଚିନ୍ତାରେ ଗଂଜାମର ଚାଷୀ । ତିତଲି ଯୋଗୁଁ ଯାହା କ୍ଷୟକ୍ଷତି ହୋଇଥିଲା । ଏବେ ଚକଡା ପୋକ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଫସଲ ନଷ୍ଟ ହୋଇଥିବାରୁ ଚାଷୀ ଏବେ ଚିନ୍ତାରେ । ଏପରି ସ୍ଥିତିରେ ଧାନ ସଂଗ୍ରହ ଟାର୍ଗେଟ୍ କିପରି ପୂରଣ ହେବ ସେ ନେଇ ପ୍ରସ୍ତୁତି ଚଲାଇଛି ଯୋଗାଣ ବିଭାଗ। ତିତଲି ଯାହା ଦାଉ ସାଧିଲା । ଯାହା ଫସଲ ବଞ୍ଚିଥଲା ତାକୁ ନେଇ ବେଶ୍ ଆଶାବାଦୀ ଥିଲା ଚାଷୀ ।  ହେଲେ ସେତକ ବି ଗଲା ଚକଡ଼ା ପୋକ ଯୋଗୁଁ । ଧାନ ଅମଳ ସମୟରେ ମୁଣ୍ଡରେ ହାତ ଦେଇ ବସିଛି ଗଂଜାମ ଜିଲ୍ଲାର ଚାଷୀ । ଧାନ ବଦଳରେ କ୍ଷେତରେ ଏବେ ଅଗାଡ଼ି ଭର୍ତ୍ତି । କେମିତି ଯୋଗାଡ଼ ହେବ ବର୍ଷ ଯାକର ଖାଦ୍ୟ । କେମିତି ଚଳିବେ ଚାଷୀ ପରିବାର ? ଋଣ ଆଣିଥିବା ଚାଷୀ କରିବ କଣ ?  ତେଣୁ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଚାଷୀ ସେପଟେ ଚଳିତ ବର୍ଷ ୨୨ ଲକ୍ଷ କ୍ବିଣ୍ଟାଲ୍ ଧାନ ସଂଗ୍ରହ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ୩୯୧ ପାକ୍ସ ଜରିଆରେ ଧାନ ସଂଗ୍ରହ କରାଯିବ । ତେବେ କେତେ ମିଲର୍ ଙ୍କୁ ଧାନ ସଂଗ୍ରହ ପାଇଁ ମଞ୍ଜୁରୀ ଦିଆଯିବ ସେ ନେଇ କୌଣସି ସଠିକ୍ ରିପୋର୍ଟ ପ୍ରସ୍ତୁତ କରାଯାଇନାହିଁ । ତେଣେ ବିଭାଗୀୟ ମନ୍ତ୍ରୀ କିନ୍ତୁ ଟାର୍ଗେଟ୍ ପୂରଣ ହେବ ବୋଲି ଜୋର ଦେଇ କହିଛନ୍ତି। ଚାଷୀ, ଭାଗଚାଷୀ ସମସ୍ତଙ୍କ ଠାରୁ ଧାନ ସଂଗ୍ରହ କରାଯିବ। ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟ୍ କୁ ପଠାଯିବା ଟଙ୍କା । ଯେତେ ଧାନ ହେଲେ ମଧ୍ୟ ସଂଗ୍ରହ କରାଯିବ। ଧାନର ଅଭାବୀ ବିକ୍ରି ହେବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.