ଚାଲିଛି କ୍ଷୟକ୍ଷତିର ଆକଳନ, ଆସନ୍ତା ୭ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ଦିଆଯିବ ରିପୋର୍ଟ

Published By : Prameya-News7 Bureau | December 07, 2021 IST

ଭଦ୍ରକ ୦୭।୧୨:  ଜୱାଦରେ ପ୍ରଭାବିତ ହୋଇଛି ଭଦ୍ରକ ଜିଲ୍ଲା । କ୍ଷତିଗ୍ରସ୍ଥ ହୋଇଛି ଚାଷ ଜମି ଓ ପନିପରିବା କ୍ଷେତ । ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି କ୍ଷୟକ୍ଷତିର ଆକଳନ । ପ୍ରାଥମିକ ଭାବେ ଆରମ୍ଭ ହୋଇଛି ଆକଳନ । ଆସନ୍ତା ୭ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ପୁରା ରିପୋର୍ଟ ପ୍ରଦାନ କରିବ ଜିଲ୍ଲା ପ୍ରଶାସନ ।

{"id":555700,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବାତ୍ୟା ପ୍ରଭାବରେ ଲାଗିରହିଥିଲା ବର୍ଷା । ଯାହାଫଳରେ ଧାନ ବିଲରେ ଜମି ରହିଛି ବର୍ଷା ପାଣି । କଟାଯାଇଥିବା ଧାନ ଗୁଡିକ ପାଣିରେ ପଡିରହିଛି । ବିଲରୁ ପାଣି ଶୁଖି ନଥିବାରୁ ଧାନ ଉଠାଇ ପାରୁନାହାନ୍ତି ଚାଷୀ । ପନିପରିବା ଚାଷୀ ମଧ୍ୟ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି ।

{"id":555701,"sizeSlug":"full","linkDestination":"none"}

ତେବେ ପ୍ରାଥମିକ ଭାବେ ଆକଳନରୁ ପ୍ରାୟ ୬୦ ହଜାର ହେକ୍ଟରରୁ ଅଧିକ ଜମିରେ ଚାଷ ଓ ପନିପରିବା କ୍ଷତିଗ୍ରସ୍ଥ ହୋଇଛି । ଅନେକ ସ୍ଥାନରେ ଧାନ ମାଟିରେ ଲାଗିଥିବା ବେଳେ ଆଉ କିଛି ସ୍ଥାନରେ  ପାଣିରେ ବୁଡିଛି । ଏବେବି କ୍ଷୟକ୍ଷତିର ଆକଳନ ଚାଲିଛି । ପୁରା ତଥ୍ୟ ଆସିବା ପରେ ରାଜ୍ୟ ସରକାରଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.