Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||
  • ଜୟପୁର : ବୋର୍ଡର ଏକ ତରଫା ନିଷ୍ପତ୍ତିକୁ ବିରୋଧ, ୨୦ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଲେ ଶିକ୍ଷକ
  • ||

ରବି ଫସଲ ଓ ପରିବା ଫସଲରେ ପୋଲଗଣା ପୋକ ଲାଗି ଫସଲ ନଷ୍ଟ : ଚିନ୍ତାରେ ଚାଷୀ

24/11/2019 at 10:59 AM

କଟକ ୨୪/୧୧: ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ସବଡିଭିଜନରେ ଥିବା ଅନେକ ପଂଚାୟତରେ ।ବିଶେଷ କରି ବ୍ରହ୍ମପୁରା ଓ କୁସୁପଙ୍ଗୀ ,ବନ୍ଦାଳ ପଂଚାୟତରେ ସବୁଠାରୁ ଅଧିକ ପୋଲଗଣା ପୋକ ପରିବା ଓ ବିରି ଫସଲରେ ଲାଗିଯିବା ହେତୁ ବିଲ ପଦା ହେବାକୁ ଲାଗିଲାଣି ।ହେଲେ କୃଷିବିଭାଗର ଦେଖାନଥିବା ଚାଷୀଙ୍କ ଅଭିଯୋଗ ହୋଇଛି।ଏହି ପୋକ ଲାଗିବା ଫଳରେ ପରିବା ଓ ବିରି ଗଛର ପତ୍ରସବୁ କଣା ତଥା ଜାଲି କରିଦେଉଛନ୍ତି।

ଶହଶହ ଚାଷୀଙ୍କର ହଜାର ହଜାର ହେକ୍ଟର ଚାଷ ଜମି ଏବେ ପଡିଆ ।ରୋଗପୋକ ଲାଗି ଯିବାରୁ ଧାରକରଜ ସୁଝିବା ଚିନ୍ତାରେ ଚାଷୀ । ପ୍ରଥମେ ବନ୍ୟା ତାପରେ ବାତ୍ୟା ଏବେ ପୋଲଗଣା ପୋକ ଫସଲରେ ଲାଗିଯିବା ହେତୁ ଚାଷୀର ଚିନ୍ତାକୁ ଦୁଇଗୁଣ ବଢାଇଦେଇଛି ।ଏବେ ଚଳିବେ କିପରି କରଜ ସୁଝିବେ କେଉଠୁ ।ସରକାରୀ ସହାୟତାକୁ ଅପେକ୍ଷା । ନଚେତ ଚାଷୀ ଦାଦନ ଖଟିବାକୁ ଅନ୍ୟତ୍ର ପଳାଇବାକୁ ଦେଇଛନ୍ତି ଚେତାବନୀ ।ତୁରନ୍ତ ଔଷଧ ସହ କ୍ଷତିପୂରଣ ଯୋଗାଇଦେବାକୁ କରିଛନ୍ତି ଦାବି ।

ସେପଟେ ବାଙ୍କୀ କୃଷି ଅଧିକାରୀ କହିଛନ୍ତି ପାଗ ମେଘୁଆ ରହିବା ଯୋଗୁଁ ଏଭଳି ପୋଲଗଣା ପୋକ ଚରିଯାଉଛନ୍ତି ।ସେଥିପାଇଁ ଯେଉ ପଂଚାୟତରେ ବହୁତ ପରିମାଣରେ ଲାଗିଛି ପ୍ରଥମେ ସେ ଅଂଚଳ ପରିଦର୍ଶନ କରି ସଠିକ ତଥ୍ୟ ଦେବାକୁ ତଳିଆ କର୍ମଚାରୀଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ନିର୍ଦେଶ ଦେଇଛନ୍ତି ଏବଂ ନିଜେ ମଧ୍ୟ କେତେକ ଅଂଚଳ ପରିଦର୍ଶନ କରି ଦେଖିଛନ୍ତି ପୋଲଗଣା ପୋକ ।ଯଥାଶୀଘ୍ର ସେ ଜମିରେ ଔଷଧ ପକାଇ ପୋକ ଦମନ ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ।ଆଉ ଅଧିକ ପରିମାଣର ଔଷଧ ଆଣି ଚାଷୀଙ୍କୁ ଯୋଗାଇଦେବାକୁ ଆରଏମସି ବିଭାଗକୁ କହିଛନ୍ତି ଚାଷୀ ।

   Related Posts