କ୍ଷେତ ଉଜାଡିଦେଲା ବୁଲବୁଲ : ଚିନ୍ତାରେ ଚାଷୀ

Published By : Prameya-News7 Bureau | November 10, 2019 IST

କେନ୍ଦ୍ରାପଡ଼ା ୧୦/୧୧: ଲଗାଣବର୍ଷା ଯୋଗୁ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଥିବାବେଳେ ଆଉ ଯାହା କିଛି ବାକି ଥିଲା ପୁଣି ବାତ୍ୟା ବୁଲବୁଲ ସବୁକିଛି ଧୁଳିସାତ କରି ଚାଲିଯାଇଛି । କେଉଠି ଗଛ ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣିତ ଆଉ କେଉଠି ଗଛରେ ଫଳିଥିବା ଧାନ ପନିପରିବା ଗଛ ସହ ପଚିଗଲାଣି ତେଣୁ କିଭଳି ରୁଣ ସୁଝିବ ସେ ନେଇ ଚିନ୍ତାରେ ଚାଷୀ।

{"id":181812}

ପ୍ରଥମେ ଲଗାଣବର୍ଷା ଆଉ ତାପରେ ବୁଲବୁଲ ଯେମିତି ଚାଷି ଉପରେ ଚଡକ ପଡିଛି। ବିଧାତା ଦାଉ ସାଜିଲା ଭଳି ଚାଷିର ମେରୁଦଣ୍ଡ ଭାଙ୍ଗି ଚାଲିଯାଇଛି  ଏ ଦୃଶ୍ୟ ହେଉଛି ପଟ୍ଟାମୁଣ୍ଡାଇର  ସାସନ ପଂଚାୟତର ଦୃଶ୍ୟ। କେବଳ ଶାସନ ନୁହେଁ,ଗଙ୍ଗାରାମପୁର ପଚଂ।ୟତ ଓ କଖାରୁଣୀ ପଚଂ।ୟତ ଭଳି ବିଭିନ୍ନ ପଚଂ।ୟତ ଚାଷ ଉପରେ ପ୍ରଭାବ ପକାଇଛି ବାତ୍ୟା ବୁଲବୁଲ । ପାଣି ପାଗବିଭାଗ କହିବା ଅନୁଯାୟୀ ବୁଲବୁଲ ବେଶି ପ୍ରଭାବ ପକାଇଛି ରାଜନଗର ଓ ପଟ୍ଟାମୁଣ୍ଡାଇ ଅଂଚଳରେ । ଯେମିତି ଏହି ଚାଷିମାନଙ୍କ ଉପରେ ବୁଲବୁଲ ରାକ୍ଷାସ ଲୋଲୁପ ଦୃଷ୍ଟି ପକାଇବା ସହିତ ଚାଷିର ବର୍ଷକ ଧାନ ସମେତ ପନିପରିବା ସଂମ୍ପୁର୍ଣ ନଷ୍ଟ କରି ଚାଲିଯାଇଛି । ଚାଷୀ ଏବେ କିପରି ଋଣ ପରିଶୋଧ କରିବ ସେ ନେଇ ଚିନ୍ତାରେ ଦିନ କାଟୁଛନ୍ତି । କାରଣ ଏଠିକାର ଚାଷୀ ଖାଲି ଧାନ ନୁହଁ ବିଭିନ୍ନ ପନିପରିବା ମଧ୍ୟ ଚାଷ କରିଥାନ୍ତି । ବାତ୍ୟା ପ୍ରଭାବ ଯୋଗୁ ଧାନ ସହ ସମସ୍ତ ପରିବା ଚାଷ ମଧ୍ୟ ଉଜୁଡି ଯାଇଛି । ଏଠିକାର ଚାଷୀ ଓ ତାଙ୍କ ପରିବାର ସମ୍ପୁର୍ଣ ଚାଷ ଉପରେ ବର୍ଷସାରା ନିର୍ଭର କରୁଥିବାବେଳେ ଲଗାଣ ବର୍ଷା କିନ୍ତୁ ସବୁ ଆଶାକୁ ଭାଙ୍ଗି ଦେଇଛି । କିପରି ଚଳିବ ଚାଷୀ ଓ ତାର ପରିବାର ସେ ନେଇ ଏବେ ମୁଣ୍ଡରେ ହାତ ଦେଇଛନ୍ତି।

{"id":181813,"width":582,"height":327}

ବିଭିନ୍ନ ସୋସାଇଟିରୁ ଋଣ ଓସୁନା ବନ୍ଧକ ରଖି ଧାର କରଜ କରି ଚାଷ କରିଥିବା ଚାଷୀ ଏବେ କିପରି ଋଣ ପରିଶୋଧ କରିବେ ଓ ତାଙ୍କ ପରିବାର କିପରି ବର୍ଷସାରା ଭରଣପୋଷଣ କରିବ ସେ ନେଇଚିନ୍ତାରେ ଚାଷୀ । ସରକାରି ସହାୟତା କିପରି ତୁରନ୍ତ ମିଳିପାରିବ ଓ ଚାଷି ତାର ପୁଣି ଥରେ ଚାଷକାମ ଆରମ୍ଭ କରିବ ତାକୁ ହିଁ ଚାହିଁ ରହିଛନ୍ତି ଏଠାକାର ଚାଷୀ । ଅନ୍ୟପଟେ ପ୍ରସାସନିକ ଅଧତ୍କାରୀ କ୍ୟାମେରା ସାମ୍ନାରେ କିଛି ନକହିଥିଲେ ମଧ୍ୟ କ୍ଷୟକ୍ଷତିର ଆକଳନ ଚାଲିଛି ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।

{"id":181814,"width":583,"height":328}

କେବେ ଚାଷି ତାର ଚାଷର କ୍ଷତି ପୁରଣ ପାଉଛି ଏବଂ ଚାଷ ଆଉଥରେ ଆରମ୍ଭ କରୁଛି ଆଉ ଚାଷୀ ମନରେ ଖୁଶୀର ଲହରୀ ଖେଳିବ ତାହା ଦେଖିବାର କଥା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.