ଲଗାଣ ବର୍ଷା ଉଜାଡି ଦେଇଛି ଫସଲ, ଚିନ୍ତାର ଚାଷୀକୂଳ

Published By : Prameya-News7 Bureau | December 06, 2021 IST

ଚଣ୍ଡିଖୋଲ ୦୬।୧୨: ବାତ୍ୟା ଜଓ୍ୱାଦ୍‌ ଦୁର୍ବଳ ହୋଇଛି । ହେଲେ ଏହାର ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଲାଗି ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଲଗାଣ ବର୍ଷା । ଯାହାକୁ ନେଇ ଚିନ୍ତାର ପଡିଛି ଚାଷୀକୂଳ ।

{"id":555150,"width":742,"height":391,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ଧାନ ଫସଲରେ ଜମି ରହିଛି ପାଣି । ଚଳିତ ବର୍ଷ ଭଲ ଧାନ ଫସଲ ହୋଇଥିବା ବେଳେ ଠିକ ଅମଳ ସମୟରେ ଲଗାଣ ବର୍ଷା ସମ୍ପୂର୍ଣ ରୂପେ ଚାଷୀ ମେରୁଦଣ୍ଡ ଭାଙ୍ଗି ଦେଇଛି । ଜମିରେ ପାଣି ଜମି ରହିବା ଫଳରେ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଧାର କରଜ କରି ଚାଷୀ ଯେଉଁ ଫସଲ କରିଥିଲା । ହେଲେ ବର୍ଷା ଯୋଗୁ ଏବେ ଚିନ୍ତାରେ ଚାଷୀ କୂଳ । ବିଲରେ ଜମି ରହିଥିବା ପାଣିରେ ପଡିରହିଛି ଧାନ ।

{"id":555151,"width":739,"height":416,"sizeSlug":"full","linkDestination":"none"}

ସେପଟେ ହେକ୍ଟର ହେକ୍ଟର ଜମିରେ ଧାନ, ବିରି, ଚିନାବାଦାମ, ଡାଲି ଫସଲ ହୋଇଥାଏ । କିନ୍ତୁ ଲଗାଣ ବର୍ଷା ଲାଗି ସବୁ ଏବେ ପାଣିରେ । କ୍ଷୟକ୍ଷତି ଆକଳନ କରାଯାଇ ଚାଷୀ ଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କୃଷି ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.