Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ୟୁରୋପରେ କରୋନା ଭାଇରସର ଦ୍ବିତୀୟ ଲହର, WHO କହିଲା ସ୍ଥିତି ଗମ୍ଭୀର

18/09/2020 at 11:36 AM

ଜେନେଭା ୧୮/୦୯: ୟୁରୋପକୁ ପୁଣି ଫେରିଲା କରୋନା। ଚଳିତ ବର୍ଷ ପ୍ରାରମ୍ଭରେ କରୋନା ଭାଇରସ ମହାମାରୀର ଅଧିକ ପ୍ରଭାବ ପଡ଼ିଥିଲା ୟୁରୋପ ଉପରେ। ଏବେ ପୁଣି ଥରେ କ୍ଷତି ପହଞ୍ଚାଇବା ପାଇଁ ଫେରିଛି କରୋନା। ଏ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ୟୁରୋପକୁ ସତର୍କ କରାଇଛି। ଡବ୍ଲୁଏଚଓ କହିଛି ୟୁରୋପରେ ଦିନକୁ ଦିନ ଦ୍ରୁତ ଭାବେ କରୋନା ମାମଲା ବୃଦ୍ଧି ପାଉଛି। ଯେଉଁଥିପାଇଁ ଆଗକୁ ସ୍ଥିତି ବଡ଼ ଗମ୍ଭୀର ହେବାକୁ ଯାଉଛି। ୟୁରୋପୀୟ ସରକାରଙ୍କୁ ଏନେଇ ସତର୍କ ରହିବା ସହ ଏହାକୁ ନିୟନ୍ତ୍ରଣରେ ଆଣିବା ଲାଗି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଯଥେଷ୍ଟ ଆବଶ୍ୟକତା ରହିଛି।

ତେବେ ଡବ୍ଲୁଏଚଓ ପୁଣି ଥରେ ଲକଡାଉନ ଲାଗୁ କରିବା ନେଇ ଅନୁରୋଧ କରିଛି। ୟୁରୋପରେ କରୋନାର ଦ୍ବିତୀୟ ଲହର ରୋକିବା ପାଇଁ ଲକଡାଉନର ଏବେ ଯଥେଷ୍ଟ ଆବଶ୍ୟକତା ରହିଛି ​ବୋଲି ସଂଗଠନ କହିଛି। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଡବ୍ଲୁଏଚଓ କହିଥିଲା ୟୁରୋପରେ ଆଗକୁ ଯାହା ହେବାକୁ ଯାଉଛି ଏହାକୁ ନେଇ ବହୁ ପୂର୍ବରୁ ସତର୍କ କରାଯାଇଥିଲା। ୟୁରୋପରେ ଡବ୍ଲୁଏଚଓର ମୁଖ୍ୟ ଥିବା ହୈସ କ୍ଲଗ୍ ଏ କଥା କହିଛନ୍ତି। ୟୁରୋପରେ ମାର୍ଚ ମାସରେ ଯେଭଳି ସଂକ୍ରମଣ ମାମଲା ଆସିଥିଲା ଏବେ ପ୍ରତି ସପ୍ତାହରେ ସେମିତି ମାମଲା ଆସୁଛି । ଗତ ସପ୍ତାହରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩,୦୦,୦୦୦ରେ ପହଞ୍ଚିଛି। ସେହିପରି ଗତ ଦୁଇ ସପ୍ତାହ ମଧ୍ୟରେ ନୂଆ ମାମଲା ୧୦ ପ୍ରତିଶତ ବୃଦ୍ଧି ହୋଇଛି।

କ୍ଲଗ୍ କହିଛନ୍ତି ବସନ୍ତ ଋତୁ ଓ ଖରା ଦିନେ ଲକଡାଉନ ଲାଗୁ ହେବା ଯୋଗୁ କରୋନା ମାମଲା କମିଥିଲା। ତେବେ​‌ ଜୁନରେ ମାମଲା ଥିଲା ସବୁଠୁ କମ। ସେପ୍ଟେମ୍ବର ମାସରେ କରୋନା ମାମଲା ବଢ଼ିଛି। ଏହାକୁ ସତର୍କ ଘଣ୍ଟି ଭଳି ନେବାକୁ ହେବ କହିଛନ୍ତି କ୍ଲଗ୍। ତାଙ୍କ କହିବା କଥା​‌ ନଭେମ୍ବରରେ ଏହାର ସଂଖ୍ୟା ବଢ଼ିବ। କାରଣ ଟେଷ୍ଟିଂକୁ ବଢ଼ାଇ ଦିଆଯାଇଛି। ଏହା ସହ ଯେଉଁ ଭଳି ଭାବେ ଏବେ ମାମଲା ବୃଦ୍ଧି ପାଉଛି ସେଥିରୁ ସ୍ପଷ୍ଟ ବାରି ହେଉଛି ଯେ ଆଗକୁ ସଂକ୍ରମଣ ସଂଖ୍ୟା ଦ୍ରୁତ ଭାବେ ବଢ଼ିବ। ଏଣୁ ଅକ୍ଟୋବର ଓ ନଭେମ୍ବରରେ କୋଭିଡ୍-୧୯ ଯୋଗୁ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ।

   Related Posts