ବାଲେଶ୍ବରରେ କରୋନା ସନ୍ଦିଗ୍ଧ : ଘରେ ରହିବାକୁ ଡାକ୍ତରଙ୍କ ପରାମର୍ଶ

Published By : Prameya-News7 Bureau | March 08, 2020 IST

ସୋର ୮।୩: ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଛି କରୋନା ଭାଇରସ୍ । ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଥିବା ବେଳେ ଏହି ଘାତକ ଭାଇରସ୍‌ ୯୩ଟି ଦେଶରେ ଆତଙ୍କ ଖେଳାଇଛି । ଏମିତିରେ ସାଧାରମ ଥଣ୍ଡା ଜ୍ବର ହେଲେ ମଧ୍ୟ ଲୋକେ ଭୟଭୀତ ହୋଇଯାଉଛନ୍ତି । ତେବେ ବାଲେଶ୍ବର ଜିଲ୍ଲା ଖଇରା ଅଂଚଳରେ ଜଣେ ଯୁବକ ଚୀନରୁ କିଛି ଦିନ ହେବ ଫେରିଥିବା ବେଳେ ଦୀଲ୍ଲିରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ମାତ୍ର ଯୁବକ ଜଣଙ୍କ ଶୁକ୍ରବାର ଦିନ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ କରୋନା ରୋଗର ଲକ୍ଷଣ ସମ୍ପର୍କରେ ଡାକ୍ତରଙ୍କ ନିକଟରୁ ପରାମର୍ଶ ନେଇଥିଲେ । ହେଲେ ତାଙ୍କ ନିକଟରେ ସେପରି କୌଣସି ଲକ୍ଷଣ ଦେଖାଯାଇ ନଥିଲା ମାତ୍ର ଆଗକୁ କାଳେ ସେହିପରି କିଛି ଲକ୍ଷଣ ଦେଖାଯିବ ସେଥି ଲାଗି ଉକ୍ତ ଯୁବକଙ୍କୁ ୩ଜଣିଆ ଡାକ୍ତରୀ ଦଳ ସହ ତାଙ୍କ ଘରକୁ ପଠାଇ ଦିଆଯାଇଛି । ପ୍ରତିଦିନ ଏହି ଡାକ୍ତରୀ ଦଳ ଖଇରା ଯାଇ ସଂପୃକ୍ତ ଯୁବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଖଇରା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କଡା ନଜର ରଖିବାକୁ କୁହାଯାଇଛି । ତେବେ ଉକ୍ତ ଯୁବକଙ୍କୁ କାହା ସହ ମିଳାମିଶା କରିବାକୁ ଓ ପରିବାର ଲୋକଙ୍କୁ ସତର୍କ ରହିବା ସହ ମାସ୍କ, ଗ୍ଲୋବ୍ସ ବ୍ୟବହାର କରିବାକୁ କୁହାଯାଇଛି।

ଅନ୍ୟପଟେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଅନେକ ନିଷ୍ପତ୍ତି ନିଆଯାଇଛି । ମନ୍ତ୍ରୀ  ଓ ସରକାରୀ ଅଫିସରଙ୍କ ବିଦେଶଗସ୍ତ ଉପରେ କଟକଣା ଲଗାଇଛନ୍ତି ସରକାର । ସେହିପରି ଜିଲ୍ଲାସ୍ତରରେ ପ୍ରତିଦିନ ଜିଲ୍ଲାପାଳ ସ୍ଥିତି ସମୀକ୍ଷା କରିବେ । ସଚେତନତା ସୃଷ୍ଟି କରିବା ପାଇଁ ସହରର ପ୍ରମୁଖ ସ୍ଥାନରେ ହୋର୍ଡିଂ ଓ ବ୍ୟାନର ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଛି ।ଏହି ଘାତକ ଭାଇରସ୍‌ ୯୩ଟି ଦେଶରେ ଆତଙ୍କ ଖେଳାଇଛି ।

କରୋନା ଭାଇରସର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ । କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । କରୋନା ମୁକାବିଲା ପାଇଁ ଜିଲ୍ଲାସ୍ତରରେ ପ୍ରତିଦିନ ଜିଲ୍ଲାପାଳ ଓ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ପ୍ରତିଦିନ କରୋନା ସ୍ଥିତି ସମୀକ୍ଷା କରିବେ । ୯ ମାସ ପାଇଁ ପର୍ଯ୍ୟାପ୍ତ ପରିମାଣର ମାସ୍କ ଏବଂ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତ ସ୍ତରରେ ଗ୍ରାମସଭା ମାଧ୍ୟମରେ ସଚେତନତା ଶିବିର ଆୟୋଜନ କରାଯିବାକୁ ସ୍ଥିର ହୋଇଛି ।

ସରକାରୀ ଅଫିସରେ ବାୟୋମେଟ୍ରିକ ଉପସ୍ଥାପନକୁ କୋହଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସଚେତନତା ସୃଷ୍ଟି କରିବା ପାଇଁ ସହରର ପ୍ରୂମୁଖ ସ୍ଥାନରେ ହୋର୍ଡିଂ ଓ ବ୍ୟାନର ମାରିବାକୁ କୁହାଯାଇଛି । ସ୍କୁଲରେ ଚଟାଣ, ଚେୟାର, ଟେବୁଲ ଏବଂ ଡୋର ହ୍ୟାଣ୍ଡେଲକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ରହିଛି । ଦେହ ଖରାପ ଥିବାଛାତ୍ରଛାତ୍ରୀଙ୍କୁ ସ୍କୁଲ ନଆସିବାକୁ ପରାମର୍ଶ ଦେବାକୁ ସ୍କୁଲ ମାନଙ୍କୁ କୁହାଯାଇଛି । ସେହିଭଳି ପ୍ରତିଦିନ ଯାତ୍ରୀବାହୀ ବସ୍‌କୁ ସାନିଟାଇଜ୍‌ କରିବାକୁ ବି ନିଷ୍ପତ୍ତି ହୋଇଛି । ମନ୍ତ୍ରୀ ଓ ସରକାରୀ ଅଫିସରଙ୍କ ବିଦେଶଗସ୍ତ ଉପରେ କଟକଣା ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.