ବିଚରା କୁମ୍ଭୀର: କାହାଣୀରେ ଚାଲାକ୍ ପଡିଥିଲା ମାଙ୍କଡ, ଏବେ ସତରେ ସିଆଣା ହୋଇଗଲା କୁକୁଡା

Published By : Prameya-News7 Bureau | April 02, 2021 IST

ନୂଆଦିଲ୍ଲୀ ୨/୪: କୁମ୍ଭୀର ପିଠିରେ ନଦୀ ପାର୍ । ଏକଥା ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । କିନ୍ତୁ ଏକଥା ସତ । ଟିକିଏ ଭଲ କରି ଦେଖନ୍ତିୁ ଏହି ଦୃଶ୍ୟକୁ କିପରି କୁକୁଡାଟି ନଦି ପାର୍ ହେବାକୁ କୁମ୍ଭୀରର ସାହାଯ୍ୟ ନେଉଛି । ନଇ ସେପାରୀ ବାସସ୍ଥଳୀ । ନଇ ଏପାରୀ ମୃତ୍ୟୁ । ଏତେ ଉଛୁଳା ନଦୀକୁ ପାରି କରିବି କେମିତି ? କିଛି ସମୟ ଏମିତି ବିଚାର କରୁ କରୁ ଶେଷରେ ବାଧ୍ୟ ହୋଇ କୁକୁଡାଟି ଜୀବନ ବାଜି ଲଗାଇବାକୁ ବାଧ୍ୟ ହୁଏ । ଅନ୍ୟ ଉପାୟ ନପାଇଁ ନଦୀ ପାର ହେବାକୁ ସେ କୁମ୍ଭୀର  ପିଠିରେ ବସି ନଦୀ ପାର୍ କରେ । ତେବେ ଆଶ୍ଚର୍ଯ୍ୟର କଥା ହାତ ପାହାନ୍ତରେ ଖାଦ୍ୟକୁ ପାଇଁ କୁମ୍ଭୀର କିନ୍ତୁ ନାଚାର ଥାଏ । କାରଣ ପିଠିରେ ବସିଥିବା ଖାଦ୍ୟକୁ ସେ ଖାଇବ ବା କେମିତି । ମନରେ ଇଚ୍ଛା ଥିଲେ ବି ସେ କରିବ ବା କଣ ।

wp:embed {"url":"https://twitter.com/ipskabra/status/1375425810518179844","type":"rich","providerNameSlug":"twitter","responsive":true,"className":""}
https://twitter.com/ipskabra/status/1375425810518179844
/wp:embed

ଏପଟେ କିନ୍ତୁ କୁମ୍ଭୀର ପିଠିରେ ବସି ଆରାମରେ ନଦୀ ପାର୍ ହେଉଥାଏ କୁକୁଡା । ଶେଷରେ ଦୀର୍ଘ ସମୟର ସଂଘର୍ଷ ପରେ ନଦୀ ପାର୍ ହେବାରେ ସଫଳ ହୋଇଯାଏ କୁକୁଡାଟି । ତେବେ କୁମ୍ଭୀରର ଲକ୍ଷ୍ୟ ଥାଏ ଶେଷ ସମୟକୁ । ନଦୀ କୂଳରେ ପହଞ୍ଚିବା ପରେ କୁକୁଡାକୁ ଖାଇ ସେ ନିଜର ଭୋକ ମେଣ୍ଟାଇପାରିବ । କିନ୍ତୁ ଶେଷ ମୂହୁର୍ତ୍ତରେ ବାଜି ମାରିନିଏ କୁକୁଡା । ତେବେ କୁକୁଡାଟି ଥିଲା ଭାରି ଚାଲାକ୍ । କୁମ୍ଭୀର ପିଠିରେ ନଦୀ ପାର୍ ହେଲା ଆଉ କ୍ଲାଇମାସ୍କରେ ବାଜି ମାରିନେଲା  । କୁକୁଡାକୁ ପିଠିରେ ବୋହି ଶେଷରେ ଖାଇବାକୁ ଆଶା ରଖିଥିବା କୁମ୍ଭୀର ଆଁ କଲା ସିନା କିନ୍ତୁ ସେଆଁ ରୁ ଏକା କୁଦାକେ ଖସିଗଲା କୁକୁଡା । ପୂର୍ବରୁ ମାଙ୍କଡ ଚକମା ଦେଇଥିଲେ ଏବେ କୁକୁଡା ଚକମା ଦେଲା । ଏ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେବାରେ ଲାଗିଛି । ଜଣେ ଆଇପିଏସ ଅଧିକାରୀ ଟ୍ୱିଟର ପେଜରେ ଏହାକୁ ସେୟାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.