Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

କାଣି ନଦୀରେ କୁମ୍ଭୀର ଆତଙ୍କ, ଗାଈକୁ ପାଣି ଭିତରକୁ ଟାଣି ନେଲା

25/07/2021 at 2:25 PM

ଦଶରଥପୁର ୨୫/୦୭: ଲଘୁଚପ ବର୍ଷା ପରେ ଦଶରଥପୁର ବ୍ଲକ କୟାଁ ପଞ୍ଚାୟତରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଇଚ୍ଛାପୁର ଗ୍ରାମର ରବୀନ୍ଦ୍ର ଦାସଙ୍କ ଏକ ଗାଈ କାଣି ନଦୀ କୂଳରେ ଚରୁଥିବା ସମୟରେ ନଦୀରେ ଥିବା ଏକ ବଡ଼ କୁମ୍ଭୀର ଗାଈଟିକୁ ପାଣି ଭିତରକୁ ଟାଣି ନେଇଥିଲା ।

ନିକଟରେ ଥିବା ସ୍ଥାନୀୟ ଜଣେ ବ୍ୟକ୍ତି ଏହା ଦେଖି ସ୍ଥାନୀୟ ଲୋକଙ୍କୁ ହୁରି ଛାଡ଼ିଥିଲା । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଗାଈଟିର କୌଣସି ସନ୍ଧାନ ପାଇନଥିଲେ । ପାଞ୍ଚ ଫୁଟରୁ ଅଧିକ ଲମ୍ବର ଗୋଟିଏ କୁମ୍ଭୀର ପାଣିଭିତରେ ବୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ ।

କୁମ୍ଭୀରକୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ନଦୀକୂଳିଆ ଲୋକେ ନଦୀ ପାଣିକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ବନ ବିଭାଗ ଅଧିକାରୀ ତୁରନ୍ତ କୁମ୍ଭୀରକୁ ଅନ୍ୟତ୍ର ଛାଡ଼ିବା ପାଇଁ ସେମାନେ ଦାବି କରିଛନ୍ତି ।

   Related Posts