Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ରାସ୍ତାରେ ଆରାମରେ ଚାଲୁଛି କୁମ୍ଭୀର, ଇଣ୍ଟରନେଟ୍‌ରେ ବୁଲୁଛି ଭିଡିଓ

20/12/2019 at 3:17 PM

ମଣ୍ଟରିୟଲ ୨୦।୧୨: ପାଣିରେ ରହୁଥିବା ଜୀବ ଯେତେବେଳେ ରାସ୍ତା ଉପରକୁ ଚାଲିଆସନ୍ତି ସେତେବେଳେ ଲୋକେ ତାକୁ ଦେଖି ଡରିବା ସ୍ବାଭାବିକ୍। ମାତ୍ର ରାସ୍ତାରେ ଗୋଟିଏ ଥଣ୍ଟିଆ କୁମ୍ଭୀର ଚୁପଚାପ ରାସ୍ତା ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଦେଖିବାକୁ ମିଳିଛି ଯେ, କିଭଳି ଭାବେ ଗୋଟିଏ ଥଣ୍ଟିଆ କୁମ୍ଭୀର ଚୁପଚାପ ଜନପଥ ଉପରେ ଚାଲୁଛି । କେତେ ଆରାମରେ ସେ ରାସ୍ତା ପାର କରୁଛି । କାହାର କିଛି କ୍ଷତି ନକରି ସେ ନିଜ ରାସ୍ତାରେ ଚାଲିଛି । କୁମ୍ଭୀରଟି ରାସ୍ତା ପାର ହେଉଥିବା ସମୟରେ ଯେତେବେଳେ କାର୍ ଆସୁଛି ସେତେବେଳେ ବଡ ଚାଲାକିରେ ହିଁ କୁମ୍ଭୀରଟି ଗାଡି ତଳେ ବସି ଚାଲିଯାଉଛି । କାନାଡାର ମଣ୍ଟରିୟଲ ସହରର ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । 

କିନ୍ତୁ ଏହି ଭିଡିଓ ଦେଖି ଅନେକଙ୍କ ମନରେ ଏ ପ୍ରଶ୍ନ ଆସିଛି ଭିଡ ଥିବା ଅଞ୍ଚଳରେ ଏକ ଥଣ୍ଟିଆ କୁମ୍ଭୀରଟି ରାସ୍ତା ଉପରକୁ କିଭଳି ଆସିଲା । ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ଭିଡିଓଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଦେଇଛି । ଏହି ଭିଡିଓକୁ ଜଣେ ମହିଳା ନିଜ ଟ୍ଵିଟରରେ ପୋଷ୍ଟ କରିଛନ୍ତି । ଜନପଥରେ ଥିଲେ ବି କୁମ୍ଭୀରଟି କାହାର କୌଣସି କ୍ଷତି କରିନାହିଁ । ଯେତେବେଳେ ଲୋକମାନେ ଏହାକୁ ରାସ୍ତା ପାର ହେଉଥିବାର ଦେଖିଲେ ସଙ୍ଗେ ସଙ୍ଗେ ଭିଡିଓ ବନାଇବା ବି ଆରମ୍ଭ କରିଥିଲେ ।

   Related Posts