ନାଳରୁ ଧରାହେଲା ଘଡିଆଳ କୁମ୍ଭୀର, ମହାନଦୀରେ ଛାଡିଲେ ବନ ବିଭାଗ କର୍ମଚାରୀ

Published By : Prameya-News7 Bureau | September 24, 2019 IST

ବୌଦ୍ଧ ।୯: ବୌଦ୍ଧ ଜିଲ୍ଲା ବହିରା ଗାଁ ନାଳରେ ଘଡ଼ିଆଳ କୁମ୍ଭୀର ଦେଖାଦେଇଥିଲା । ବନ୍ୟା ଯୋଗୁଁ ଏହି ଘଡ଼ିଆଳ କୁମ୍ଭୀର ବହିରା ନାଳକୁ ଉଠିଆସିଥିଲା। ତେବେ ଏହାକୁ ନେଇ ଅଂଚଳରେ ଭୟର ବାତାବରଣ ଦେଖାଦେଇଥିଲା । ତେବେ ଦୀର୍ଘ ୧୭ ଦିନ ପରେ ଆଜି ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରିଛି ବନ ବିଭାଗ। କୁମ୍ଭୀରଟିକୁ ଉଦ୍ଧାର କରାଯାଇ ମହାନଦୀରେ ଛାଡିଛନ୍ତି ବନ ବିଭାଗର କର୍ମଚାରୀ।

{"id":161897}

ନନ୍ଦନକାନନକୁ ଆସିଥିବା ବିଶେଷଜ୍ଞ ଦଳର ସୂଚନା ଅନୁସାରେ ଏହି ଘଡ଼ିଆଳ କୁମ୍ଭୀର କେବଳ ମାଛ ଖାଉଥିବାରୁ ମଣିଷଙ୍କ ପ୍ରତି ବିପଦ ନାହିଁ। ସେଥିପାଇଁ ଲୋକେ ଏହି କୁମ୍ଭୀରକୁ ନେଇ ଆଦୌ ଆତଙ୍କିତ ନ ହେବା ପାଇଁ ଲୋକଙ୍କୁ ଅପିଲ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.