Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ବାଘ ଖୁଆଡରେ ପଶିଥିବା କୁମ୍ଭୀରକୁ ଉଦ୍ଧାର ପାଇଁ ଆଜି ଦିନ ତମାମ କସରତ କରିଛନ୍ତି ନନ୍ଦନକାନନ କର୍ମଚାରୀ, ସଂଧ୍ୟାସୁଦ୍ଧା ପଡିନି ଧରା

9/01/2019 at 7:12 PM

ଭୁବନେଶ୍ବର ୯|୧: ଗତକାଲି ନନ୍ଦନକାନନ ପ୍ରଣୀଉଦ୍ୟାନରେ ଅଜବ ଘଟଣା ଘଟିଥିଲା । ଧଳା ବାଘ ଖୁଆଡରେ ପଶିଥିଲା ୪ ଫୁଟର କୁମ୍ଭୀର ।ଆଜି ସକାଳୁ ଆରମ୍ଭ ହୋଇଥିଲା କୁମ୍ଭୀର ଉଦ୍ଧାର ଅଭିଯାନ । ଖୁଆଡ ମଧ୍ୟରେ ଥିବା ଜଳାଶୟରୁ ପାଣି ନିଷ୍କାସନ  କରିବା ପାଇଁ  ତିନୋଟି ପାଣିପମ୍ପ ମାଧ୍ୟମରେ ପାଣି ଉଠଯାଉଛି। ସଂଧ୍ୟା ପର୍ଯ୍ୟନ୍ତ ପାଣି ନିଷ୍କାସନ ହୋଇନଥିବାରୁ  କୁମ୍ଭୀରଟି ଧରାପଡି ନଥିଲା।

ଗତକାଲି କୁମ୍ଭୀର ବାଘଖୁଆଡକୁ ପଶିବା ପରେ  ଧଳା ବାଘ ସମ୍ରାଟ୍‌ ତା ନିକଟକୁ ଆସି ଆକ୍ରମଣ କରିବାକୁ ବାହାରିବା ବେଳେ ପାଣିକୁ ଲମ୍ଫ ମାରିଥିଲା କୁମ୍ଭୀର । ତେବେ କୁମ୍ଭୀର କିଭଳି ବାଘ ଖୁଆଡରେ ପଶିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଗତକାଲି ମଧ୍ୟାହ୍ନରେ ଧଳା ବାଘ ସମ୍ରାଟ ଓ ରେଣୁକା ରହୁଥିବା ଖୁଆଡ ନମ୍ବର – ୩୩ରେ ଥିବା ପାଣି ନିକଟରେ ଏକ ୪ ଫୁଟ ଲମ୍ବର କୁମ୍ଭୀର ଶୋଇ ରହିଥିବା ଦେଖିବାକୁ ପାଇଥିଲେ ପର୍ଯ୍ୟଟକ । ଏହାର ଫଟୋ ଓ ଭିଜୁଆଲ୍‌ ମୋବାଇଲ୍‌ରେ ନେଇଥିଲେ । ସମ୍ରାଟ୍ କୁମ୍ଭୀର ଆଡକୁ ଆସି ଝାମ୍ପ ମାରିବାକୁ ଉଦ୍ୟମ କରିବା କ୍ଷଣି କୁମ୍ଭୀରଟି ପାଣିକୁ ଲମ୍ଫ ମାରିଥିଲା । ସମ୍ରାଟ୍‌ କୁମ୍ଭୀରକୁ ବହୁତ ଖୋଜାଖୋଜି କରିଥିଲେ ବି ପାଇନଥିଲା। ପର୍ଯ୍ୟଟକମାନେ ପାଟିକରିବାରୁ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ । ହେଲେ ଏହା ବିଫଳ ହୋଇଥିଲେ ।

ତେବେ ପ୍ରଶ୍ନ ଉଠୁଛି ୪ ଫୁଟର ଏହି କୁମ୍ଭୀରଟି ବାଘ ଖୁଆଡକୁ ଆସିଲାଥିଲା କେମିତି ? ଖୁଆଡରେ ଧଳା ବାଘ ସମ୍ରାଟ , ବାଘୁଣୀ ରେଣୁକା ଏବଂ ତାର ମାସକର ଦୁଇଟି କଳାବାଘ ଛୁଆ ରୁହନ୍ତି।  ବାଘୁଣୀ ରେଣୁକା ତାର ଛୁଆଙ୍କ ଯତ୍ନ ନେଉଥିବାରୁ କୁମ୍ଭୀରକୁ ଉଦ୍ଧାର କରାଯିବାରେ ବାଧା ଉପୁଜିଛି । ବାଘ ଓ ବାଘୁଣୀ ଖୁଆଡ ଘରେ ଲକ୍‌ କରାଯିବା ପରେ ଯାଇ କୁମ୍ଭୀରକୁ ଉଦ୍ଧାର କରାଯାଇପାରିବ । କର୍ତ୍ତୃପକ୍ଷ ଏହା ଉପରେ ନଜର ରଖିଛନ୍ତି । ଏହି ଘଟଣା ନନ୍ଦନକାନନରେ ଚର୍ଚ୍ଚାର ବିଷୟ ହୋଇଛି ।

   Related Posts