ନାଳରୁ ଉଦ୍ଧାର ହେଲା ବିରାଟ କୁମ୍ଭୀର

Published By : Prameya-News7 Bureau | November 16, 2020 IST

ସୋର ୧୬।୧୧: ନାଳରୁ ଉଦ୍ଧାର ହେଲା ବିରାଟ କୁମ୍ଭୀର । ଛଅ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର । ମାଛ ମାରିବାକୁ ଯିବା ବେଳେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ମତ୍ସଜୀବୀ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ନିକଟରୁ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି ।

 ବାରୁଣୀଘାଟରେ ଏକ ନାଳରୁ ଦେଢ଼ ବର୍ଷର ଥଣ୍ଟିଆ କୁମ୍ଭୀରକୁ ଉଦ୍ଧାର କରିଛନ୍ତି ମତ୍ସ୍ୟଜୀବୀ । ମତ୍ସ୍ୟଜୀବୀ ଥଣ୍ଟିଆ ପ୍ରଜାତିର କୁମ୍ଭୀରକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଖବର ପାଇ ଚାନ୍ଦିପୁର ବନ କର୍ମଚାରୀ ଘଟଣା ସ୍ଥଳରେ ପହଁଚିଛନ୍ତି। କୁମ୍ଭୀରଟିକୁ ବାଲେଶ୍ୱରରେ ଚିକିତ୍ସା କରାଯିବ ପରେ କୁଲଡିହା ଅଭୟାରଣ୍ୟରେ ଛଡ଼ାଯିବା ବୋଲି ବନ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.