Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

କମିବାରେ ଲାଗିଛି କୁମ୍ଭୀରଙ୍କ ସଂଖ୍ୟା, କାମ ଦେଉନି ଯୋଜନା, ଚିନ୍ତାରେ ବନ ବିଭାଗ

24/02/2021 at 8:23 PM

ଭୁବନେଶ୍ୱର, ୨୪/୦୨: ସାତକୋଶିଆ ବ୍ୟତୀତ ରାଜ୍ୟର ଅନ୍ୟ ଅଞ୍ଚଳରେ କୁମ୍ଭୀରଙ୍କ ସଂଖ୍ୟା ବଢିଛି । ମଧୁର ଜଳ ପାଣିରେ କାହିଁକି କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉନି ତାର କାରଣ ଖୋଜୁଛି ବନବିଭାଗ । ଏଥର ବଉଳା କୁମ୍ଭୀରଙ୍କ ସଂଖ୍ୟା ଭିତର କନିକାରେ ବଢିଛି । ଗତବର୍ଷ ୧୭୬୮ ଟି ଥିବା ବେଳେ ଏବର୍ଷ ଗଣନାରେ ୬୨ ଟି ବଢି ୧୮୩୦ ରେ ପହଞ୍ଚିଥିବା ଜଣାପଡ଼ିଛି । 

ମହାନଦୀରେ କୁମ୍ଭୀରଙ୍କ ବଂଶ ବୃଦ୍ଧି ହେଉନାହିଁ । କୁମ୍ଭୀର ସଂଖ୍ୟା ବଢାଇବାକୁ ପ୍ରତିବର୍ଷ ମହାନଦୀର ସାତକୋଶିଆରେ କୁମ୍ଭୀର ଛଡାଯାଉଛି ସିନା ହେଲେ କିଛି ଭଳ ଫଳ ମିଳୁନାହିଁ ।୧୯୭୫ ମସିହାରୁ ଲଗାତର ସାତକୋଶିଆ ଗଣ୍ଡରେ ପର୍ଯ୍ୟାୟକ୍ରମେ କୁମ୍ଭୀର ଛଡା ଗଲାଣି । କିନ୍ତୁ ଲାଭ ମିଳୁନି ।

ଏବର୍ଷ କୁମ୍ଭୀର ଗଣନା ରିପୋର୍ଟରୁ ଜଣା ପଡିଛି ଯେ, ଗତ ବର୍ଷ ତୁଳନାରେ ସାତକୋଶିଆରେ ୮୨ କୁମ୍ଭୀର କମ୍ ଅଛନ୍ତି ।ଗତବର୍ଷ ସଂଖ୍ୟା ୧୯୫ ଥିବାବେଳେ ଏବର୍ଷ ସଂଖ୍ୟା ୧୧୩କୁ ଖସି ଆସିଛି । କଣ ପାଇଁ ବାରମ୍ବାର ସାତକୋଶିଆରେ କୁମ୍ଭୀର ପ୍ରକଳ୍ପ ଫେଲ ମାରୁଛି ତାକୁ ନେଇ ବନବିଭାଗ ଚିନ୍ତାରେ ପଡ଼ିଛି ।କାହିଁକି କୁମ୍ଭୀର ବଂଶ ବଢୁନି ତାର କାରଣ ଖୋଜିବାକୁ ଜିପିଏସ ବ୍ୟବସ୍ଥା ଲାଗୁ ହୋଇଛି । ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଏହାକୁ ମନିଟରିଙ୍ଗ କରୁଛନ୍ତି ।ହେଲେ ସେ ରିପୋର୍ଟ ଉପରେ ଏବେ ବି ବନବିଭାଗ ତର୍ଜମା ଆରମ୍ଭ କରିନି ।କୁମ୍ଭୀର ମୃତ୍ୟୁ କାରଣ ଜାଣିବା ପରେ ପରବର୍ତ୍ତିୀ ପଦକ୍ଷେପ ନିଆଯିବ ବୋଲି ପିସିସିଏଫ୍ କହିଛନ୍ତି ।  

ସେପଟେ ସାତକୋଶିଆ ଓ ଘୋଡାହାଡ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ  କୁମ୍ଭୀରଙ୍କ ସଂଖ୍ୟା ବଢ଼ିଛି । ଏବର୍ଷ ଭିତରକନିକାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ଭଲ ବଢିଛି । ଗତବର୍ଷ  ୧୭୬୮ ଟି କୁମ୍ଭୀର ଥିବାବେଳେ ଏବର୍ଷ ଭିତରକନିକାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ୬୨ ଟି ବଢି ୧୮୩୦ ରେ ପହଁଚିଛି ।ସେହିଭଳି ଶିମିଳିପାଳରେ କୁମ୍ଭୀରଙ୍କ ସଂଖ୍ୟା ସ୍ଥିର ରହିଛି ।ଆଗରୁ ୮୦ ଟି କୁମ୍ଭୀର  ଥିବାବେଳେ ଚଳିତ ବର୍ଷ ମଧ୍ୟ ସେହି ୮୦ ରହିଛି ।ସାତକୋଶିଆ ଭଳି ରୁଷିକୂଲ୍ୟା ଘୋଡାହାଡରେ ମଧ୍ୟ କୁମ୍ଭୀର ସଂଖ୍ୟା କମିବାରେ ଲାଗିଛନ୍ତି ।ଗତବର୍ଷ  ସେଠାରେ ୭୨କୁମ୍ଭୀର ଥିବାବେଳେ ଚଳିତ ବର୍ଷ ୬୫ କୁ ଖସିଆସିଛି ।ସେହିଭଳି ଘଡିଆଳ କୁମ୍ଭୀର ଗତବର୍ଷ ୮ ଥିବାବେଳେ ଚଳିତ ବର୍ଷ ୩ ବଢି ୧୧ରେ ପହଁଚିଛି ।

କୁହାଯାଉଛି, ଅନେକ ସମୟରେ କୁମ୍ଭୀର ବନ୍ୟା ପାଣିରେ ଭାସି ଯାଉଛନ୍ତି । ବହୁ କୁମ୍ଭୀର ନଦୀର ଉପର ମୁଣ୍ଡରୁ ତଳ ମୁଣ୍ଡକୁ ଚାଲି ଯାଉଛନ୍ତି । ଜିପିଏସ ପଦ୍ଧତିରେ ଏସବୁ ତଥ୍ୟ ଖୋଜିବାକୁ ଚେଷ୍ଟା ହେଉଛି। ସେପଟେ ମଧୁର ଜଳରେ କୁମ୍ଭୀର ବଂଶ ଆଖିଦୃଶିଆ ଭାବେ ନବଢିବାର କାରଣ କଣ ହୋଇପାରେ ତା ଉପରେ ବି ତର୍ଜମା ଚାଲିଛି ।

   Related Posts