Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ନଇ ପଠାରେ କୁମ୍ଭୀର ମୃତଦେହ, ସାତକୋଶିଆରୁ ବିରୂପାକୁ ଆସିଥିବା ସନ୍ଦେହ

17/06/2020 at 3:02 PM

ସାଲେପୁର୧୭।୦୬: କଟକ ଜିଲ୍ଲା ଚୌଦ୍ଵାର ଅଞ୍ଚଳର ଥିବା ବିରୂପା ନଦୀ ବନିକା ଗାଁ ପାର୍ଶ୍ଵରେ ଏକ ମଲା କୁମ୍ଭୀରକୁ ଉଦ୍ଧାର କରିଛି ବନ ବିଭାଗ । ଖବର ଜଣାପଡିବା ପରେ ଏହି କୁମ୍ଭୀର ଦେଖିବାକୁ ପାଖ ଅଞ୍ଚଳର ଲୋକମାନଙ୍କ ପ୍ରବଳ ଭିଡ  ଦେଖିବାକୁ ମିଳିଥିଲା । କୁମ୍ଭୀରଟି ମାଛ ଜାଲରେ ପଡି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।  କୁମ୍ଭୀରଟି ସାତକୋଶିଆରୁ ଆସିଥିବା ଜଣାପଡିଛି।

 ବନବିଭାଗ କର୍ମଚାରୀ ମାନେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି  ମୃତ କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତି । କୁମ୍ଭୀରଟି ୪ ଫୁଟରୁ ଅଧିକ ହୋଇଥିବା ବେଳେ ୪ ବର୍ଷର ହେବ ବୋଲି ବନବିଭାଗ କହିଛନ୍ତି  । କୁମ୍ଭୀରଟିକୁ  ବନବିଭାଗ  ତରଫରୁ ବାରଙ୍ଗ ସ୍ଥିତ ନନ୍ଦନକାନନକୁ ଅଧିକ ତଦନ୍ତ ପାଇଁ ପଠାଯାଇଛି ।  କୁମ୍ଭୀରଟି ମୃତ୍ୟୁ କିପରି ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

   Related Posts