କୁମ୍ଭୀର ନେଉଛି ଗୋଟିଏ ପରେ ଗୋଟିଏ ଜୀବନ ; ଅସହାୟ ହେଉଛନ୍ତି ମୃତକଙ୍କ ପରିବାର, ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ଦାବି

Published By : Prameya-News7 Bureau | June 06, 2019 IST

ପଟ୍ଟାମୁଣ୍ଡାଇ ୬|୬: କୁମ୍ଭୀର ନେଉଛି ଗୋଟିଏ ପରେ ଗୋଟିଏ ଜୀବନ । ନଦୀ କୂଳିଆ ଗାଁ ମାନଙ୍କରେ କୁମ୍ଭୀରର ଭୟ ଦେଖିବାକୁ ମିଳୁଛି । ପଟ୍ଟାମୁଣ୍ଡାଇ ମଣ୍ଡପଡା ଗାଁର ସଂଜୟ ପ୍ରଧାନଙ୍କର କୁମ୍ଭୀର ଆକ୍ରମଣରେ ମୃତ୍ୟୁ ହେବା ପରେ ଗତକାଲି ପୁଣି ସେହି ବ୍ରାହ୍ମଣୀ ନଦୀର ନିମପୁର ଘାଟରେ ନିମପୁର ଶାସନ ଗାଁର ପ୍ରମୋଦ ଧଳଙ୍କୁ ଆକ୍ରମଣ କରିଥିଲା । ହେଲେ କୁମ୍ଭୀର କବଳରୁ ରକ୍ଷା ପାଇଯାଇଥିଲେ ପ୍ରାମୋଦ । ଅନ୍ୟପଟେ ରାଜନଗର ଓ ପଟ୍ଟାମୁଣ୍ଡାଇ ନଦୀ ନାଳ ଘେରା ହୋଇଥିବାରୁ ବିଭିନ୍ନ ସମୟରେ ଧନ ଜୀବନ ନଷ୍ଟ ହେଉଛି । ତେବେ ସରକାର ଏଥିପ୍ରତି ଦୃଷ୍ଟିଦେବା ଜରୁରୀ ହୋଇପଡିଛି ।

{"id":120224}

ଯମ ହୋଇ ଆସିଲା କୁମ୍ଭୀର ଆଉ ନେଇଗଲା ଜୀବନ । କାନ୍ଦ ବୋବାଳିରେ ଫାଟି ପଡୁଛି ଘର ଆଖିରୁ ସୁଖୁନି ଲୁହ । ସଞ୍ଜୟଙ୍କ ମୃତ୍ୟୁ ପରେ ପତ୍ନୀ ଏବଂ ମା ସହ ଅନାଥ ହୋଇ ଯାଇଛନ୍ତି ଦୁଇ ପୁଅ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମଣ୍ଡପଡା ଗାଁର ସଞ୍ଜୟ ପ୍ରଧାନ ଗତ ରବିବାର ଦିନ ନଦୀକୁ ଗାଧୋଇବା ପାଇଁ ଯାଇଥିବାବେଳେ କୁମ୍ଭୀର ତାଙ୍କୁ ଟାଣିନେଇଥିଲା । ଆଉ ସୋମବାର ନଦୀରୁ ମିଳିଲା ସଞ୍ଜୟଙ୍କ ମୃତଦେହ । ଏବେ ପୁରା ମଣ୍ଡପଡା ଗାଁରେ ଶୋକାକୂଳ ପରିବେଶ ।

{"id":120225}

ସଞ୍ଜୟ ଦିଲ୍ଲୀରେ କାମ କରୁଥିବା ବେଳେ ତାଙ୍କର ଦୁଇ ପୁଅ ପାଠ ପଢୁଛନ୍ତି । ସଞ୍ଜୟଙ୍କ ମୃତ୍ୟୁ ପରେ ଦୁଇ ଅନାଥ ପିଲାଙ୍କର କଣ ହେବ ସେନେଇ ପରିବାର ଲୋକ ଚିନ୍ତାରେ । ତେବେ ଗ୍ରାମବାସୀ କ୍ଷତିପୂରଣ ଦାବି କରିବା ସହ ଆଗାମୀ ଦିନରେ କୁମ୍ଭୀର ଆକ୍ରମଣରେ ଯେପରି ଗୋଟିଏ ବି ଜୀବନ ନଯାଏ ସନେଇ ବନବିଭାଗ ଏବଂ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ।

{"id":120226}

ଅନ୍ୟପଟେ ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି ଏହା ଏକ ଦୁଃଖଦ ଘଟଣା । ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁସାରେ କ୍ଷତି ପୂରଣ ପ୍ରଦାନ କରାଯିବ । ଏହି ଘଟଣା ଭିତରକନିକା ସୀମା ବହାରେ ଘଟିଛି । ତେଣୁ ସେଠାରେ ମଧ୍ୟ ଗାଧୁଆ ତୁଠମାନଙ୍କରେ ବାଡ ନିର୍ମ।ଣ କରିବା ପାଇଁ ଚିନ୍ତା କରାଯାଉଛି । 

{"id":120227}

ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଜୀବନ କୁମ୍ଭୀର ଆକ୍ରମଣରେ ଯାଉଥିବାବେଳେ ବନବିଭାଗ ଏନେଇ ଉଚିତ୍ ପଦକ୍ଷପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.