Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସାବଧାନ ! ଦେବୀ ନଦୀରେ ବୁଲୁଛି କୁମ୍ଭୀର, ସଚେତନ କଲା ପ୍ରଶାସନ

23/07/2021 at 9:32 PM

ଜଗତସିଂହପୁର, ୨୩/୦୭: ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ସଂଖାରୀ ସାହି, କଟକ ଗୋବିନ୍ଦ ପୁର ଓ ଧାନମଣ୍ଡଳରେ ଦେବୀ ନଦୀରେ ଏକ ବଉଳା କୁମ୍ଭୀର ଭାସୁଥିବାର ଦେଖିବାକୁ ମିଳିଛି । କୁମ୍ଭୀରଟି ଗାଁକୁ ପସି ଆସିବାର ସମ୍ଭାବନା ଥିବାରୁ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରିଛନ୍ତି କଟକ ଡିଏଫଓ ଏବଂ ଜଗତସିଂହପୁର ଜିଲ୍ଲା ପ୍ରଶାସନ ।

ଦେବୀ ନଦୀରେ କୁମ୍ଭୀର ଭାସୁଥିବା ଖବର ପାଇ ଲୋକେ ଆତଙ୍କିତ ହୋଇଛନ୍ତି ।  କୁମ୍ଭୀରଟି ବେଳେ ବେଳେ ପାଣିକୁ ଦୁଇଭାଗ କରି ଉପରକୁ ଉଠୁଥିବାରୁ ନଦୀ ପାର୍ଶ୍ବ ଲୋକେ ଭୟଭୀତ ଅବସ୍ଥାର ଅଛନ୍ତି । ଲୋକଙ୍କୁ  ନଦୀ ଭିତରକୁ ନଯିବା ପାଇଁ କଟକ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ, କଟକ ଡିଏଫଓଙ୍କ ପକ୍ଷରୁ ମାଇକ୍‌ ଯୋଗେ ପ୍ରଚାର କରାଯାଇ ସତର୍କ କରାଯାଇଛି ।

   Related Posts