ସାତକୋଶିଆରେ ଛଡାଗଲା ୬ ଘଡିଆଳ କୁମ୍ଭୀର, ଦେହରେ ଲାଗିଛି ଟ୍ରାନ୍ସମିଟର୍

Published By : Prameya-News7 Bureau | January 06, 2021 IST

ଅନୁଗୋଳ,୦୬/୦୧:  ଅନୁଗୁଳ ସାତକୋଶିଆ ମହାନଦୀ ଗଣ୍ଡରେ ୬ଟି ଘଡିଆଳ କୁମ୍ଭୀର ଛଡ଼ାଯାଇଛି ।  ଏହି ୬ଟି ଘଡ଼ିଆଳକୁ ନନ୍ଦନକାନନରୁ ଅଣାଯାଇଛି। ଅଣାଯିବା ବେଳେ ସେମାନଙ୍କ ଲାଞ୍ଜରେ ସ୍ୱତନ୍ତ୍ର ଜିପିଏସ ସାଟେଲାଇଟ ଟ୍ରାନ୍ସମିଟର ଖଞ୍ଜା ଯାଇଛି। ମହାନଦୀର ସୁନାଖଣିଆ ଘାଟରେ ଏହି ୬ଟି କୁମ୍ଭୀରଙ୍କୁ ଛଡ଼ାଯାଇଥିବା ସୂଚନା ମିଳିଛି ।

{"id":387642,"sizeSlug":"large","linkDestination":"none"}

୬ଟି ଘଡ଼ିଆଳଙ୍କ ମଧ୍ୟରୁ ୩ଟି ଅଣ୍ଡିରା ଓ ୩ଟି ମାଈ ଥିବା ଜଣାପଡିଛି। ଏହି କୁମ୍ଭୀରମାନଙ୍କୁ ଦୈନନ୍ଦୀ ନ ଗାଇଡ଼ କରିବା ପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ସ୍କୁାର୍ଡ  ନିୟୋଜିତ କରାଯାଇଛି । ସେମାନଙ୍କ ଦେହରେ ଲାଗିଥବା ଟ୍ରାନ୍ସମିଟର ଜରିଆରେ ପ୍ରାୟ ୧ କିଲୋମିଟର ଦୂରରୁ ଏମାନଙ୍କ ଅବସ୍ଥିତି ବନବିଭାଗ ଜାଣିପାରିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.