Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଦେବୀ ନଦୀ କୂଳରେ ବୁଲୁଛି କୁମ୍ଭୀର, ପାଣିକୁ ନଯିବାକୁ ପରାମର୍ଶ

22/07/2021 at 3:08 PM

ନିଆଳି ୨୨।୦୭: କାଠଯୋଡ଼ିର ଶାଖା ଦେବି ନଦୀରେ ବଉଳା କୁମ୍ଭୀର । ନଦୀକୂଳରେ କୁମ୍ଭୀର ପହଁରୁଥିବାର ଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇ ପଡ଼ିଛନ୍ତି । ଘଟଣାକୁ ଦୃଷ୍ଟିରେ ରଖି ଫୁଲ ନଖରା ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ନଦୀକୁ ନଯିବା ପାଇଁ ଡାକ ବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଚେତନ କରାଯାଇଛି ।

ଖବର ଅନୁଯାୟୀ, କାଠଯୋଡ଼ିର ଶାଖା ନଦୀ ଦେବି ନଦୀର ଗୋବିନ୍ଦପୁର ଘାଟ ଠାରୁ ଧାନମଣ୍ଡଳ ସେତୁ ମଧ୍ୟରେ ଦୁଇ ଦିନ ହେଲା ଏକ ବଉଳା କୁମ୍ଭୀର । ପ୍ରାୟ ୧୦ ଫୁଟ ଲମ୍ବର ଏହି କୁମ୍ଭୀରଟି କେତେବେଳେ କୂଳରେ ତ ପୁଣି ନଇ ମଝିରେ ପହଁରୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇପଡ଼ିଛନ୍ତି। ଘଟଣାକୁ ଦୃଷ୍ଟିରେ ରଖି ଫୁଲ ନଖରା ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ନଦୀକୁ ନ ଯିବା ପାଇଁ ଡାକ ବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଚେତନ କରାଯାଇଛି । ଗତ ବର୍ଷ ମଧ୍ୟ ଏହି ସମୟରେ ଦେବୀ ନଦୀର ତଣ୍ଡିକଣା ସେତୁ ଓ ବଡବିଲି ଘାଟରେ ଦୁଇଟି କୁମ୍ଭୀର ଦେଖାଦେଇଥିଲେ । କୁମ୍ଭୀର ଆତଙ୍କ ପାଇଁ ଅଞ୍ଚଳବାସୀ ନଦୀକୁ ଯିବା ପାଇଁ ଭୟ କରୁଛନ୍ତି ।

   Related Posts