ମାଛ ଜାଲରେ ପଡିଲା କୁମ୍ଭୀର, ତା'ପରେ ମାଛ ଧରାଳିମାନେ କ'ଣ କଲେ ଜାଣନ୍ତୁ...

Published By : Prameya-News7 Bureau | November 26, 2019 IST

ସାନଖେମୁଣ୍ଡି୨୬|୧୧: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନବିଭାଗ ଅନ୍ତର୍ଗତ ଦିଗପହଣ୍ଡି ଗଡ଼ ସାମନ୍ତରାୟ ପୁର ପୋଖରୀରେ ମାଛ ଧରୁଥିବା ବେଳେ ଜାଲରେ ପଡିଲା ବିରାଟ କୁମ୍ଭୀର । ମାଛ ଧରାଳି ଜାଲ ଓଜନିଆ ହେବାରୁ ଜାଲକୁ ପୋଖରୀ ବାହାରକୁ ଟାଣିଥିଲେ । ଆଉ କିଛି ଜାଲ ଖୋଲି ମାଛ ବାହାର କଲା ବେଳେ କୁମ୍ଭୀର ବାହାରିଥିଲା ।

{"id":190296,"sizeSlug":"large"}

କୁମ୍ଭୀରକୁ ଦେଖି ମାଛ ଧରାଳି ଭୟଭୀତ ହୋଇଯାଇଥିଲେ । ତାପରେ ଜାଲରୁ କୁମ୍ଭୀରକୁ ବାହାର କରି ଘୋଡ଼ାହାଡ଼ ଡ୍ୟାମକୁ ଅଟୋ ଯୋଗେ ଛାଡିବାକୁ ନିଆଯାଇଥିବା ସୂଚନା ମିଳିଛି । ପୋଖରୀ ଗାଁ ଲୋକ ଲିଜରେ ନେଇ ମାଛ ଚାଷ କରୁଥିବା ବେଳେ କୁମ୍ଭୀର ସମସ୍ତ ମାଛ ମଧ୍ୟ ଖାଇଦେଉଥିବା ଦେଖିବାକୁ ମିଳିଛି ।

ଏପଟେ ଦିଗପହଣ୍ଡି ବନବିଭାଗ ପାଖରେ କୌଣସି  ଖବର ନାହିଁ । କୁମ୍ଭୀର ପାଇଲେ ତାକୁ ଡ୍ୟାମ କୁ ସ୍ଥାନାନ୍ତର କରାଯିବ କହିଛନ୍ତି ବନବିଭାଗ ରେଞ୍ଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.