ଧାନ ବିଲରେ ଲୁଚି ରହିଥିଲା ବିଶାଳକାୟ କୁମ୍ଭୀର, ଉଦ୍ଧାର କଲା ବନ ବିଭାଗ

Published By : Prameya-News7 Bureau | September 12, 2020 IST

ସାନଖେମୁଣ୍ଡି, ୧୨|୦୯:   ଧାନ ବିଲରେ ଥିଲା କୁମ୍ଭୀର । ଲୋକେ ଦେଖି ବନ ବିଭାଗକୁ ଖବର ଦେଲେ । ଶେଷରେ କୁମ୍ଭୀରକୁ ଉଦ୍ଧାର କରାଗଲା । ସାନଖେମୁଣ୍ଡି ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତଲାସିଙ୍ଗି ଗ୍ରାମରେ ଅନେକ ଧାନ ବିଲରେ ପାଣି ଭରି ରହିଛି । ତେବେ ଏକ ଧାନ ବିଲରେ ଶନିବାର କିଛି ଲୋକ ଏକ କୁମ୍ଭୀରକୁ ଦେଖିଥିଲେ । ଏନେଇ ଗାଁ ସାରା ଆତଙ୍କ ଖେଳି ଯାଇଥିଲା । ପରେ ଏହି ଖବର ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । ବନ ବିଭାଗକୁ ମଧ୍ୟ କୁମ୍ଭୀର ଥିବା ନେଇ ଖବର ଦିଆଗଲା ।

ଖବର ପାଇବା ପରେ ବନ ବିଭାଗ ଆସି କୁମ୍ଭୀରକୁ ଉଦ୍ଧାର କରିଥିଲା । ଦିଗପହଣ୍ଡି ଫରେଷ୍ଟ ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ କୁମ୍ଭୀରକୁ ଉଦ୍ଧାର କରାଯାଇଥିଲା । ଏହାପରେ ତାକୁ ଘୋଡାହାଡ଼ ଡ୍ୟାମରେ ଛଡା ଯାଇଛି । ତେବେ କୁମ୍ଭୀରଟି ନିକଟରେ ଥିବା କୌଣସି ନାଳ କିମ୍ବା ନଦୀରୁ ବିଲକୁ ପସି ଆସିଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.