କୋରାପୁଟ ୨୫।୦୧: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଳକ ବାଗଦେରୀ ଗାଁରେ କୁମ୍ଭୀର ଆତଙ୍କ।ଗାଁ ମଝିରେ ଥିବା ନୂଆଁବନ୍ଧକୁ ୪ଟି କୁମ୍ଭୀର ପଶି ଆସିଛନ୍ତି।ବନ୍ଧରେ ଖାଦ୍ୟ ଅଭାବରୁ ମଝିରେ ମଝିରେ ଗାଁ ରାସ୍ତା ଉପରକୁ ଚାଲି ଆସୁଛନ୍ତି। ଗୋଟିଏ କୁମ୍ଭୀର ଉପରେ ଗାଡି ମାଡି ଯିବାରୁ ଏହାର ମୃତ୍ୟୁ ହୋଇଛି । କୁମ୍ଭୀରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ।
{"id":215954,"sizeSlug":"large"}ଗାଁ ରାସ୍ତାରେ ବୁଲୁଛନ୍ତି କୁମ୍ଭୀର। ଲୋକ ଦେଖିଲେ ପାଖରେ ଥିବା ବନ୍ଧ ମଧ୍ୟକୁ ପଶି ଯାଉଛନ୍ତି ହେଲେ । ଏ ଯାଏଁ କାହାର କିଛି କ୍ଷତି କରି ନାହାଁନ୍ତି । ତଥାପି ଏମାନଙ୍କୁ ଦେଖି ଆତଙ୍କିତ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଳକ ବାଗଦେରୀ ଗ୍ରାମବାସୀ। ଗୋଟିଏ କି ଦୁଇଟି ନୁହଁ, ୪ଟି କୁମ୍ଭୀର ଗାଁର ନୂଆଁବନ୍ଧ ମଧ୍ୟକୁ ପଶି ଆସିଛନ୍ତି। ଗୋଟିଏ କୁମ୍ଭୀର ରାସ୍ତା ଉପରକୁ ଚାଲି ଆସିଥିବା ବେଳେ ଗାଡି ମାଡି ଯିବାରୁ ତାର ମୃତ୍ୟୁ ହୋଇଛି। ଖାଦ୍ୟ ଅନ୍ବେଷଣ ଓ ଖରା ପୁଇଁବାକୁ ଏମାନେ ଖରାବେଳେ ଓ ସଂଧ୍ୟାରେ ଏପରି ରାସ୍ତା ଉପରକୁ ଚାଲି ଆସୁଛନ୍ତି ।ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ।
{"id":215955,"sizeSlug":"large"}ସେପଟେ କୁମ୍ଭୀରକୁ ବନ୍ଧରୁ ଉଦ୍ଧାର କରିବାକୁ ଗାଁ ଲୋକମାନେ ବନ ବିଭାଗକୁ ଜଣାଇଥିଲେ ବି ବନ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହିଁ। ଗାଁ ଲେ।କ ଲୁଗା ସଫା ଠୁ ନିତ୍ୟ କର୍ମ ପାଇଁ ବନ୍ଧକୁ ଯାଉଛନ୍ତି । କୁମ୍ଭୀର ଥାଇ ବି ଜୀବନକୁ ବାଜି ଲଗାଇ ବନ୍ଧକୁ ବ୍ୟବହାର କରୁଛନ୍ତି। କୁମ୍ଭୀରକୁ କାବୁ କରିବା ବଦଳରେ ବନ ବିଭାଗ କେବଳ ଲୋକଙ୍କୁ ସତର୍କ କରିବାକୁ ବନ୍ଧ ନିକଟରେ ଏକ ବ୍ୟାନର ମାରି କାମ ସାରି ଦେଇଛି।
{"id":215956,"sizeSlug":"large"}ଏହି ବନ୍ଧର କିଛି ଦୂରରେ କୋଲାବ ନଦୀ ପ୍ରବାହିତ ହେଉଥିବାରୁ ସେଠାରୁ ବର୍ଷା ଦିନେ ଏହି କୁମ୍ଭୀର ମାନେ ଚାଲି ଆସିଛନ୍ତି। ତେଣୁ ଏମାନେ ଲୋକଙ୍କ କିଛି ଅଘଟଣ ଘଟାଇବା ପୂର୍ବରୁ ବନ ବିଭାଗ ଏମାନଙ୍କୁ କାବୁ କରିବା ନିହାତି ଜରୁରୀ।