Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ମା’ ହେବ ଗୋରୀ, ସମସ୍ତେ ଖୁସି

24/06/2019 at 3:49 PM

ପଟ୍ଟାମୁଣ୍ଡାଇ ୨୪|୬: ମନ ମାରି ବସିଥିବା ଗୋରୀ ଆଜି ଖୁସିରେ ଫାଟି ପଡୁଛି । କାହିଁକି ନା ମା ହେବାକୁ ଯାଉଛି ଗୋରୀ ।  ବଉଳା କୁମ୍ଭୀର ଗୋରୀ ମା ନହେବାର ଦୁଃଖରେ  ମନମାରି ବସିଥିଲା । ନାଁ ଠିକରେ ଖିଆପିଆ କରୁଥିଲା  ନାଁ ଚାଲବୁଲ କରୁଥିଲା ।

ଏବେ ୪୪ ବର୍ଷୀୟ ଏହି  କୁମ୍ଭୀର ଗୋରୀ ମନରେ ଅସୁମାରୀ ଆଶା  ଆଉ ଖୁସି । ୫୦ଟି  ଅଣ୍ଡା ଦେଇଛି ଗୋରୀ ।  ଅପେକ୍ଷା କରିଛି ତାର କୁନିକୁନି ନବଜାତକୁ । କେବଳ ସେତିକି ନୁହଁ ଗୋରୀ ଏବେ ଆଗଭଳି କଥା ବି ମାନିଲାଣି । ଖିଆ ପିଆ ବି ଠିକରେ କଲାଣି । କେବେ ଅଣ୍ଡାରୁ ଛୁଆ ବାହାରିବେ ତାକୁ ଚାହିଁ ବସିଛି ଗୌରୀ ।

   Related Posts