ମହାନଦୀର ପୁଣି ଦେଖାଗଲା କୁମ୍ଭୀର, ସ୍ଥାନୀୟଲୋକ ଭୟଭୀତ
21/09/2019 at 8:16 AM

ସାଲେପୁର ୨୧।୯: ମହାନଦୀର ପୁଣି ଦେଖାଗଲା କୁମ୍ଭୀର । କଟକ ଜିଲ୍ଲାର ସାଲେପୁର ବ୍ଲକ୍ ମହାନଦୀର ଗୁଆଳିନାସୀ ବେଲକଣା ମଠ ନିକଟରେ କୁମ୍ଭୀର ଭାସୁଥିବାର ଦେଖିବାକୁ ମିଳିଛି । କୁମ୍ଭୀରକୁ ଦେଖି ସ୍ଥାନୀୟଲୋକ ଆତଙ୍କିତ ହୋଇପଡିଛନ୍ତି। ଏହି ଗୁଆଳିନାସୀଠାରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶହଶହ ଲୋକ ନଦୀ ପାଣିର ବ୍ୟବହାର କରିଥାନ୍ତି। କାଲିଠାରୁ କୁମ୍ଭୀରକୁ ଦେଖିବାପରେ ମହାନଦୀକୁ ଯିବାପାଇଁ ଡରୁଛନ୍ତି ସ୍ଥାନୀୟ ଲୋକମାନେ। ପ୍ରଶାସନ ଘଟଣା ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Related Posts
ବଜାରରୁ ଫେରିବା ବେଳେ ଚାଲିଗଲା ଜୀବନ
24 January 2021
ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
24 January 2021
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021