Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୁଆଖାଇ ନଦୀରେ କୁମ୍ଭୀର ! ଲୋକେ ଭୟଭୀତ

31/08/2019 at 12:45 PM

ବାଲିପାଟଣା ୩୧।୮: ବାଲିଅନ୍ତା ନହରକଣ୍ଟାରେ କୁଆଖାଇ ନଦୀରେ ଏକ କୁମ୍ଭୀରକୁ ସ୍ଥାନୀୟ ଲୋକେ ଦେଖିଥିବା ପ୍ରକାଶ କରିଛନ୍ତି । ଖବର ପାଇ ବାଲିପାଟଣା ବନଖଣ୍ଡ ବିଭାଗ ନଦୀକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି । ଶୁକ୍ରବାର ରାତିରେ ମାଇକ୍ ଯୋଗେ ପ୍ରଚାର କରି କୁଆଖାଇ ନଦୀ ଏବଂ ଶାଖା ନଦୀ ଭାର୍ଗବୀ, କୁଶଭଦ୍ରା କୂଳରେ ବସବାସ କରୁଥିବା ଲୋକମାନଙ୍କୁ ସଚେତନ କରାଇଛନ୍ତି । କୁମ୍ଭୀର ନଦୀରେ ପହଁରୁଥିବା ର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ବାଲିପାଟଣା ରେଞ୍ଜ ଅଫିସର ଯଦୁମଣୀ ଜୟ କୃଷ୍ଣ ଦାସ କହିଛନ୍ତି ଯେ, ଫଟୋଟିର ସତ୍ୟତା ଜଣାପଡ଼ିନାହିଁ । ନଦୀରେ କୁମ୍ଭୀର ଥିବା କଥା ପ୍ରଘଟ ପରେ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

   Related Posts