Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||

କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ : ଲୋକେ ଭୟଭୀତ

25/11/2019 at 3:23 PM

କେନ୍ଦ୍ରାପଡ଼ା ୨୫/୧୧: ମାତିଛି କୁମ୍ଭୀର। କେନ୍ଦ୍ରାପଡା ଆୟବା ପଂଚାୟତର ଗୋବରୀ ନଦୀରେ କୁମ୍ଭୀର ଦେଖାଯିବା ପରେ ଗ୍ରାମବାସୀ ଆତଙ୍କିତ। ନଦୀ କୂଳିଆ ଲୋକମାନଙ୍କର ନଦୀକୁ ଯିବା ଆସିବା ଏକ ପ୍ରକାର ବନ୍ଦ୍ ହୋଇଯାଇଛି। କୁମ୍ଭୀର ଯେ କେତେବେଳେ କାହାକୁ ଟାଣି ନେବ କିଛି କହି ହେବନି। ତେବେ କେବଳ ମଣିଷ  ନୁହନ୍ତି ଗୃହପାଳିତ ପଶୁଙ୍କ  ଜୀବନ ପ୍ରତି ମଧ୍ୟ ରହିଛି ବିପଦ।

ନଦୀ ପଠାରେ ଖରା ଖାଉଛି କୁମ୍ଭୀର। ଏଇ ଖବର ପ୍ରଚାରିତ ହୋଇ ଯିବା ପରେ ସତେ ଯେମିତି ଗ୍ରାମବାସୀଙ୍କ ଭିତରେ ଖେଳିଯାଇଛି ଆତଙ୍କ। କେନ୍ଦ୍ରାପଡା ବ୍ଲକ୍ ଆୟବା ପଂଚାୟତରେ ଗୋବରୀ ନଦୀରେ ଏବେ କୁମ୍ଭୀରକୁ ନେଇ କୋକୁଆ ଭୟ। ପ୍ରାୟ ସପ୍ତାହେ ହେବ ନଦୀର ବିଭିନ୍ନ କୁଦ ଅଥବା ପଠା ଜାଗାରେ କୁମ୍ଭୀର ଦେଖା ଯାଉଛି। ନଦୀକୂଳରେ ଥିବା ନରଣପଡା, ଗଣ୍ଡାକିଆ, ମଧୁରକୂଳ, ଲୋକନାଥପୁର, ଭେଡି ସାହି, ଅଳେଇଳ ଓ କଇଁକୂଳା ପ୍ରଭୃତି ଗ୍ରାମର ପ୍ରାୟ ୩ହଜାରରୁ ଅଧିକ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି। ନଦୀ ଉପରେ ନିର୍ଭର କରି ଚଳୁଥିବା ଗ୍ରାମବାସୀ ଏବେ ନଦୀଠୁ ଦୂରରେ। ଏମିତିକି ନଦୀରେ ଗାଧୁଆପାଧୁଆ ବି ବନ୍ଦ୍ ହୋଇଯାଇଛି।

ଏଠାରେ ଗୋବରୀ ନଦୀରେ ଏକାଧିକ କୁମ୍ଭୀର ଦେଖିଥିବା ସ୍ଥାନୀୟ ଲୋକେ କହିଛନ୍ତି। କେବଳ ମଣିଷ ନୁହନ୍ତି ଗୃହପାଳିତ ପଶୁ ମଧ୍ୟ କୁମ୍ଭୀର ଆକ୍ରମଣର ଶିକାର ହେବାର ଆଶଙ୍କା ରହିଛି। ତେବେ ନଦୀସଂଲଗ୍ନ କେନାଲ ଅଥବା ଦଳ ଗାଡିଆକୁ କୁମ୍ଭୀର ପଶି ଆସିବାର ନଜିର ମଧ୍ୟ ପୂର୍ବରୁ ରହିଛି। ନିୟୁଜ-7 ରୁ ସୂଚନା ପାଇବା ପରେ କୁମ୍ଭୀର ଘଉଡାଇବା ପାଇଁ ଜିଲ୍ଲାପ୍ରଶାସନର ତତ୍ପରତା ପ୍ରକାଶ କରିଛି। ଜଙ୍ଗଲ ବିଭାଗର ରେଞ୍ଜ ଅଧିକାରୀଙ୍କୁ ଏ ନେଇ ନିର୍ଦେଶ ଦିଆଯାଇଛି। ଗୋବରୀ ନଦୀରେ କୁମ୍ଭୀରଙ୍କ ବସା ଠାବ କରିବା ସହିତ ସେମାନଙ୍କୁ ଘଉଡାଇବା ପାଇଁ ଖୁବ୍ ଶୀଘ୍ର ଜଙ୍ଗଲ ବିଭାଗ ପଦକ୍ଷେପ ନେବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ଦିନକୁ ଦିନ କେନ୍ଦ୍ରାପଡାରେ କୁମ୍ଭୀର ଆକ୍ରମଣ ଘଟଣା ବୃଦ୍ଧି ପାଉଥିବାବେଳେ ଗୋବରୀ ନଦୀରେ କୁମ୍ଭୀର ମେଳି କରିବା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଇ ଦେଇଛି। 

   Related Posts