ଶୋଇଥିବାବେଳେ ଘର ଭିତରକୁ ପଶି ଆସିଲା କୁମ୍ଭୀର, ଭୟରେ ଛାନିଆ ପରିବାର ଲୋକେ

Published By : Prameya-News7 Bureau | July 05, 2020 IST

ଡେରାଡୁନ ୦୫/୦୭ : ଉତ୍ତରାଖଣ୍ଡ ଉଦ୍ଧମସିଂହ ଜିଲ୍ଲା ସିତାରଗଞ୍ଜରେ ଜଣଙ୍କ ଘରେ ଅଧ ରାତିରେ ଏକ ବିଶାଳକାୟ କୁମ୍ଭୀର ପଶି ଆସିଲା | କୁମ୍ଭୀରକୁ ଦେଖି ଲୋକଙ୍କ ନିଶ୍ୱାସ ବନ୍ଦ ହୋଇଗଲା | ଆଖପାଖ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା | ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୧ଟା ସମୟରେ ଖଟିମା ରୋଡ଼ ସ୍ଥିତ ଦଳଚନ୍ଦ୍ର ରାଠୋରଙ୍କ ଘରେ ଏକ ବିଶାଳକାୟ କୁମ୍ଭୀର ପଶି ଆସିଥିଲା | ସେତେବେଳେ ସେମାନେ ସୋଇପଡ଼ିଥିଲେ | ହଠାତ ଆଖି ଖୋଲିଲା ବେଳକୁ ଦେଖିଲେ ଘର ଭିତରେ କିମ୍ଭୀର |

{"id":296219,"sizeSlug":"large"}

ଭୟରେ ପରିବାର ଲୋକେ ଘରୁ ବାହାରକୁ ଚାଲି ଯାଇଥିଲେ | ବାହାରକୁ ଆସି ପରିବାର ଲୋକେ ଭୟରେ ପାଟି କରିଥିଲେ | ପାଟି ଶୁଣି ଆଖପାଖ ଲୋକ ସେଠାରେ ଜମା ହୋଇଥିଲେ | ଦଳଚନ୍ଦ୍ର ରାଠୋର ବାରାକୋଲି ବନ ବିଭାଗକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ |

{"id":296220,"sizeSlug":"large"}

ସୂଚନା ପାଇ ବନବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ଜାଲ ପକାଇ କୁମ୍ଭୀରକୁ କାବୁ କରିଥିଲେ | ଏହାପରେ ସେମାନେ କୁମ୍ଭୀରକୁ ନେଇ ଜଳାଶ୍ରୟରେ ଚଡି ଦେଇଥିଲେ | ତାପରେ ଲୋକ ଟିକେ ଆଶ୍ବସ୍ତି ହୋଇଥିଲେ | ବନବିଭାଗ କର୍ମଚାରୀ କହିଛନ୍ତି ଯେ କୁମ୍ଭୀରର ଲମ୍ବ ପାଖାପାଖି ୫ ଫୁଟ ହେବ ଏବଂ ବୟସ ୪ ବର୍ଷ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.