Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଘରେ ଶୋଇଥିଲେ ସମସ୍ତେ, ରାତିରେ ପଶିଗଲା କୁମ୍ଭୀର, ଜାଣନ୍ତୁ ତାପରେ କ’ଣ ହେଲା…

11/10/2021 at 1:00 PM

ନୂଆଦିଲ୍ଲୀ ୧୧/୧୦: ମଧ୍ୟରାତ୍ରିରେ ଜଣଙ୍କ ଘରେ ଏକ କୁମ୍ଭୀର ପଶିଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଯେତେବେଳେ ପରିବାର ସଦସ୍ୟମାନେ କୋଠରୀରେ ଶବ୍ଦ ଶୁଣି ଉଠିଲେ, ସାମ୍ନାରେ ଏକ କୁମ୍ଭୀରର ଭୟଙ୍କର ରୂପ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଜୀବନ ବଞ୍ଚାଇବାକୁ ଯାଇ ସେମାନେ ତୁରନ୍ତ ଘରୁ ଦୌଡ଼ି ପଳାଇଲେ।

ସୂଚନ ଅନୁଯାୟୀ, ଘଟଣାଟି ଉତ୍ତରପ୍ରଦେଶର ମହାରାଜଗଞ୍ଜର ଜଙ୍ଗଲ ନିକଟରେ ଅବସ୍ଥିତ ମିସ୍ରାଲିଆ ଗାଁର। ହଠାତ୍ ମଧ୍ୟରାତ୍ରୀରେ ଏକ କୁମ୍ଭୀର ଘରେ ପଶିଆସିଥିଲା। ଘରେ କୁମ୍ଭୀରର ଶବ୍ଦଶୁଣି ସଦସ୍ୟମାନେ ଉଠି ପଡିଥିଲେ। କିନ୍ତୁ କୋଠରୀରେ କୁମ୍ଭୀରକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଭୟରେ ଘରୁ ଦୌଡି ପଳାଇଥିଲେ। ବାହାରକୁ ଆସିବା ପରେ ସେ ନିକଲାଉଲ ଫରେଷ୍ଟ ଡିଭିଜନର ଅଧିକାରୀଙ୍କୁ ଡାକି ଘରେ କୁମ୍ଭୀର ପଶିବା ବିଷୟରେ ସୂଚନା ଦେଇଥିଲ। ସୂଚନା ପାଇ ବନ ଅଧିକାରୀ ଏବଂ କର୍ମଚାରୀଙ୍କ ଟିମ୍ କୁମ୍ଭୀରକୁ ଜାଲରେ ଧରି ଡାର୍ଡିନିଆ ତାଲରେ ଛାଡିଥିଲେ।

ଏହି କୁମ୍ଭୀରଟି ଗାଁର ବାସିନ୍ଦା ପିଣ୍ଟୁଙ୍କ ଘରେ ପ୍ରବେଶ କରିଥିଲା। ପିଣ୍ଟୁ ନିଜେ ଗାଁରେ ଏକ ଦୋକାନ ଚଳାନ୍ତି। ତାଙ୍କ ଘର ମଧ୍ୟ ଦୋକାନ ପଛରେ ଅଛି। ରବିବାର ରାତିରେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ଘରେ ଶୋଇଥିଲେ। ମଧ୍ୟରାତ୍ରିରେ ଜଙ୍ଗଲ ପାର୍ଶ୍ୱରୁ ବୁଲିବା ପରେ ଏକ କୁମ୍ଭୀର ତାଙ୍କ ଘରେ ପ୍ରବେଶ କରିଥିଲା। ସୌଭାଗ୍ୟବଶତଃ ପରିବାର ସଦସ୍ୟମାନେ ଘରେ କୁମ୍ଭୀର ଶବ୍ଦ ଶୁଣିପାରିଥିଲେ ଏବଂ ସଙ୍ଗେ ସଙ୍ଗେ ଘରୁ ବାହାରି ନିଜ ଜୀବନ ରକ୍ଷା କରିଥିଲେ।

   Related Posts