ଘୋଡାହାଡ ଡ୍ୟାମ୍ ଓ ଆଖପାଖ ପୋଖରୀରେ କୁମ୍ଭୀର ଗଣନା ଶେଷ
12/01/2021 at 11:20 AM

ସାନଖେମୁଣ୍ଡି ୧୨।୧: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଘୋଡାହାଡ଼ ଜଳ ଭଣ୍ଡାରରେ ଚାଲିଥିବା କୁମ୍ଭୀର ଗଣନା କାର୍ଯ୍ୟ ଶେଷ ହୋଇଛି । ୯ ତାରିଖଠାରୁ ଆରମ୍ଭ ହୋଇଥିବା ଗଣନା କାର୍ଯ୍ୟ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି । ୩ ଦିନ ଧରି ଏହି ଗଣନା କାର୍ଯ୍ୟ ଚାଲିଥିବା ବେଳେ ୩୩ ଜଣ ବନବିଭାଗ କର୍ମଚାରୀ ଗଣନା କାର୍ଯ୍ୟରେ ନିୟୋଜିତ ଥିଲେ । ଘୋଡାହାଡ଼ ଜଳ ଭଣ୍ଡାର ଓ ଆଖ ପାଖ ୧୦ଟି ଜଳାଶୟ ବା ପୋଖରୀରେ ଗଣନା ଚାଲିଥିଲା ।

ଗଣନା କାର୍ଯ୍ୟରେ ତିନି ଜଣ ରେଞ୍ଜର ନିୟୋଜିତ ହୋଇଥିଲେ । ଦିଗପହଣ୍ଡି ରେଞ୍ଜର କହିଛନ୍ତି ଜଳ ଭଣ୍ଡାରରେ ମଗର ପ୍ରଜାତି ବା ଗୋମୁହାଁ କୁମ୍ଭୀର ବାସ କରିଆସୁଛନ୍ତି । କୁମ୍ଭୀର ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଥିବା ବେଳେ ଜଳ ଭଣ୍ଡାରରେ ୨୦୧୯ ବର୍ଷ ୫୮ଟି କୁମ୍ଭୀର ଥିବାବେଳେ ୨୦୨୦ ବର୍ଷ ଗଣନା ମୁତାବକ ୬୫ଟି କୁମ୍ଭୀର ଜଳଭଣ୍ଡାରରେ ୪୪ ଏବଂ ଆଖପାଖ ଜଳାଶୟ ବା ପୋଖରୀରେ ୨୧ଟି ରହିଥିବା ବେଳେ ଚଳିତ ବର୍ଷ ଅଧିକ ସଂଖ୍ୟାରେ ଠାବ କରାଯାଇଛି।

ମଙ୍ଗଳବାର ସବିଶେଷ ରିପୋର୍ଟ ମିଳିବା ନେଇ କହିଛନ୍ତି । ତେବେ ସରକାର ଘୋଡାହାଡ ଜଳାଶୟକୁ ଦକ୍ଷିଣ ଓଡିଶାର କୁମ୍ଭୀରଙ୍କ ବାସସ୍ଥଳୀ ଓ ପ୍ରଜଜନ କେନ୍ଦ୍ର କରିଥିଲେ ଭଲ ହୁଅନ୍ତା ବୋଲି ବିଶେଷଜ୍ଞ କହିଛନ୍ତି ।