ଖାଦ୍ୟ ଲୋଭରେ ଫସିଲା କୁମ୍ଭୀର, ଘୁଷୁରୀକୁ ଖାଇବାକୁ ଆସି ବିରୂପା ନଦୀ ପଠାରେ ଅଟକ

Published By : Prameya-News7 Bureau | August 04, 2020 IST

କେନ୍ଦ୍ରାପଡା ୪।୮: ଘୁଷୁରୀ ଖାଇବାକୁ ଆସି ଫସିଗଲା ନରହନ୍ତା କୁମ୍ଭୀର । କେନ୍ଦ୍ରାପଡ଼ା ଇନ୍ଦୁପୁର ସ୍ଥିତ ବିରୂପା ନଦୀ ପଠାରେ ଏକ ଖାଲରେ କୁମ୍ଭୀରଟି ଫସିଯାଇଛି ।

{"id":309593,"sizeSlug":"large"}

ସୂଚନା ଅନୁସାରେ କୁମ୍ଭୀରଟି ସୋମବାର ଦିନ ଏକ ଘୁଷୁରୀକୁ ଟାଣି ନେଇଥିଲା । ଅଧା ଖିଆ ଘୁଷୁରୀକୁ ଛାଡି ଚାଲିଯିବା ପରେ ଘୁଷୁରୀ ଜଗୁଆଳୀ ଏହି ମୃତ ଘୁଷୁରୀକୁ ଏକ ଖାଲରେ ରଖି ଜଗି ବସିଥିଲେ । ସନ୍ଧ୍ୟାରେ ଘୁଷୁରୀ ମୃତ ଘୁଷୁରୀକୁ ଖାଇବା ପାଇଁ ଆସିଥିବା ବେଳେ ଫେରିବା ବାଟକୁ ମାଟି ପକାଇ ଅବରୋଧ କରି ଦେଇଥିଲେ ।

{"id":309594,"sizeSlug":"large"}

ଏହି କୁମ୍ଭୀରଟି ପ୍ରାୟ ୪ ବର୍ଷ ହେବ ନଦୀର ଏହି ସ୍ଥାନରେ ରହି ମଇଁଷି, ଘୁଷୁରୀ, ଛେଳି ଆଦିଙ୍କୁ ଟାଣି ନେଉଥିଲା । ଏହି କୁମ୍ଭୀରଟି ଗତ ବର୍ଷ ଅକ୍ଟୋବର ମାସରେ ଜଣେ ଗାଈ ଜଗୁଆଳୀଙ୍କୁ ଆକ୍ରମଣ କରି ଗୁରୁତର କରିଦେଇଥିଲା । କୁମ୍ଭୀରଟିକୁ ଦେଖିବା ପାଇଁ ଘଟଣାସ୍ଥଳରେ ଭିଡ ଜମିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.