ଚିଙ୍ଗୁଡ଼ିଆ ନାଳରେ ଅଘଟଣ, ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ସାନ ଭାଇ ଆଗରେ ବଡ଼ ଭାଇକୁ ଟାଣିନେଲା କୁମ୍ଭୀର

Published By : Prameya-News7 Bureau | November 03, 2021 IST

ଯାଜପୁର, ୩/୧୧: ଯାଜପୁର ଜିଲ୍ଲାବରୀ ଅଞ୍ଚଳର ତନ୍ତୀ ଘାଇ ଶାଖା ଚିଙ୍ଗୁଡ଼ିଆ ନାଳରେ ଏକ ଅଭାବନୀୟ ଘଟଣା ଘଟିଛି । ମାଛ ମାରିବାକୁ ଯାଇଥିବା ବେଳେ କୁମ୍ଭୀର ଜଣେ ଯୁବକଙ୍କୁ ଟାଣି ନେଇଛି। ଯୁବକ ଜଣକ ହେଲେ ଉଦୟନାଥପୁର ପଞ୍ଚାୟତର କହରାଗଣ୍ଡ ଗ୍ରାମର ମୁରଲୀଧର ମଲ୍ଲିକଙ୍କ ପୁଅ ନିଶିକାନ୍ତ(୪୦)। ସେ ତାଙ୍କ ଭାଇଙ୍କ ସହ ମାଛ ଧରୁଥିବା ବେଳେ ଏକ କୁମ୍ଭୀର ନିଶିକାନ୍ତଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା। ତାଙ୍କ ଭାଇଙ୍କଠାରୁ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ  ନିଶିକାନ୍ତଙ୍କର କୌଣସି ପତ୍ତା ମିଳିପାରି ନାହିଁ।

ତନ୍ତୀ ଘାଇ ଶାଖାର ଦୁଧେଇ ଓ ଚିଙ୍ଗୁଡ଼ିଆ ନାଳରେ ଗତ ମାସରେ ଆସିଥିବା ବନ୍ୟାରେ ଏକ କୁମ୍ଭୀର ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବିଞ୍ଝାରପୁର ବନ ବିଭାଗ ଅଧିକାରୀ ସେତେବେଳେ ଘଟଣାସ୍ଥଳରେ ପହଞ୍ଚି ସତ୍ୟତା ଅନୁଭବ କରିବା ପରେ ଲୋକମାନଙ୍କୁ ନଦୀକୁ ନ ଯିବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରିବା ସହ ପୋଷ୍ଟର ମଧ୍ୟ ଲଗାଇଥିଲେ। ହେଲେ ଏହାକୁ ଖାତିର ନକରି ଯୁବକ ମାଛ ମାରିବାକୁ ଯାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.