Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ନଦୀରେ ମନ ଖୁସିରେ ଗାଧୋଉଥିଲେ ଦୁଇ ସାଙ୍ଗ, ମାଡି ବସିଲା କୁମ୍ଭୀର, ଏହା ପରେ ଯାହା ହେଲା… ଦେଖନ୍ତୁ ଭିଡିଓ

9/06/2020 at 6:59 PM

ଭୋପାଳ ୦୯।୦୬:  ରାଜଧାନୀ ଭୋପାଳରେ ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିବା ଦୁଇ ସାଙ୍ଗକୁ କୁମ୍ଭୀର ଆକ୍ରମଣ କରିଛି। ସୌଭାଗ୍ୟର କଥା ଏହା ଯେ, ଜଣେ ସାଙ୍ଗ ନିଜ ଜୀବନକୁ ବାଜିରେ ଲଗାଇ ଅନ୍ୟ ସାଙ୍ଗର ଜୀବନକୁ ରକ୍ଷା କରି ପାରିଛି। ଏହି ଘଟଣା ଭୋପାଳର କଲିୟାସୋତ ଡ୍ୟାମରେ ଘଟିଛି। ପ୍ରବଳ ଗରମ କାରଣରୁ ଦୁଇ ସାଙ୍ଗ ମନ ଖୁସିରେ ଡ୍ୟାମ୍‌ରେ ଗାଧୋଉଥିଲେ। ଏହି ସମୟରେ କୁମ୍ଭୀର ଦୁହିଁଙ୍କ ଉପରେ ଆକ୍ରମଣ କରିଥିଲା। ମାତ୍ର ଦ୍ଵିତୀୟ ସାଙ୍ଗ ସେଠାରୁ ପଳାଇବା ପରିବର୍ତ୍ତେ କୁମ୍ଭୀର ସହ ଲଢି ସାଙ୍ଗକୁ ବଞ୍ଚାଇବା ସହିତ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ, ନେହେରୁ ନଗର ପୋଲିସ ଲାଇନ୍‌ର ଦୁଇ ଯୁବକ ଅମିତ୍ ଯାଦବ ଓ ଗଜେନ୍ଦ୍ର ଯାଦବ କଲିୟାସୋତ ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିଲେ।  ସେମାନେ ମଉଜ ମସ୍ତି କରି ଗାଧୋଉଥିଲେ। ଠିକ୍ ଏହି ସମୟରେ ଅଚାନକ କୁମ୍ଭୀର ଅମିତ୍‌ଙ୍କ ଉପରେ ଆକ୍ରମଣ କରିଥିଲା। ଗଜେନ୍ଦ୍ର ନିଜର ସାଙ୍ଗକୁ ଦେଖି କୁମ୍ଭୀର ଉପରେ ଡେଇଁ ପଡିଥିଲେ। ସଂଘର୍ଷ ପରେ ଗଜେନ୍ଦ୍ର ସାଙ୍ଗ ଅମିତ୍‌କୁ କୁମ୍ଭୀର ହାତରୁ ବଞ୍ଚାଇବାରେ ସଫଳ ହୋଇଥିଲେ। ଆତହ ଅବସ୍ଥାରେ ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

   Related Posts