କାଠଯୋଡିରେ କୁମ୍ଭୀର, ଭୟରେ ମାଛ ଧରିବାକୁ ଯାଉନାହାଁନ୍ତି ମତ୍ସ୍ୟଜୀବୀ

Published By : Prameya-News7 Bureau | November 01, 2021 IST

କଟକ ୦୧/୧୧: କାଠଯୋଡିରେ କୁମ୍ଭୀର ଆତଙ୍କ । କଟକସଦର ବ୍ଲକ ପରମହଂସ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମତ୍ତଗଜପୁର ଓ ହାଟସାହି ଗ୍ରାମ ପାଶ୍ୱର୍ରେ ଯାଇଥିବା କାଠଯୋଡି ନଦୀରେ କୁମ୍ଭୀର ଉତ୍ପାତରେ ଗ୍ରାମବାସୀ ତଥା ଜୀବନଜୀବିକା ଉପରେ ନିର୍ଭର କରି ଚଳି ଆସୁଥିବା କୈବର୍ତ୍ତ ସମାଜ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଉକ୍ତ ନଦୀରୁ ମାଛଧରି ୧୫୦ ପରିବାର ବିଶିଷ୍ଟ କୈବର୍ତ୍ତମାନେ ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର କୁମ୍ଭୀର ଭୟରେ ନଦୀକୁ ଯାଇ ମାଛ ଧରିବା ଅସମ୍ଭବ ହୋଇପଡିଛି । ଅର୍ଥ ଉପାର୍ଜନ କରି ଚଳିବା ବା ପରିବାରର ପ୍ରତିପୋଷଣ ପାଇଁ ବିକଳ୍ପ ପନ୍ଥା ନାହିଁ । ଗ୍ରାମବାସୀ କୁମ୍ଭୀର ଭୟରେ ନଦୀକୁ ପଶିପାରୁନାହାନ୍ତି । ଅଜଣା ବ୍ୟକ୍ତିମାନେ ନଦୀରେ ପଶିଗଲେ ଜୀବନ ଯିବା ନିଶ୍ଚିନ୍ତ । ଏହି ଦୁଖ ସମସ୍ୟାକୁ ରୋକିବା ଓ ନଦୀରୁ କୁମ୍ଭୀରକୁ ଧରିବା ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.