ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 27, 2021 IST

ଚାନ୍ଦବାଲି, ୨୭।୦୯ :  ବାତ୍ୟା ଗୁଲାବ ପ୍ରଭାବରେ ଉପରମୁଣ୍ଡରେ ବର୍ଷା ହେବା ସହ ଧାମରା ମୁହାଣ ନିକଟରେ ସମୁଦ୍ର ଅଶାନ୍ତ ରହିଛି ।  ଫଳରେ ଚାନ୍ଦବାଲି ବ୍ଲକର ବୈତରଣୀ ନଦୀ ସମେତ ସମସ୍ତ ଅନ୍ୟ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏପରିକି ନଦୀରେ କୂମ୍ଭୀର ପହଁରୁଥିବା ଦେଖିବାକୁ ମିଳିଛି।

wp:html /wp:html

ସୂଚନାନୁସାରେ, ସୋମବାର ସକାଳେ ଆରଡି ନିକଟସ୍ଥ ଦୋହରା ଗାଁ ନିକଟସ୍ଥ ବୈତରଣୀ ନଦୀ ପଠାରେ କେତେକ ମଇଁଷି ଚରୁଥିଲେ । ଏହି ସମୟରେ ଗୋଟିଏ ମଇଁଷିକୁ ହିଂସ୍ର କୁମ୍ଭୀର ଝାମ୍ଫି ନେଇଥିଲା। ଅନ୍ୟପଟେ ପାଖରେ ଥିବା ଅନ୍ୟ ମଇଁଷି ଦୌଡି ପଳାଇ ଆସିଥିଲେ ।ଯାହାର ଭିଡିଓ କଏଦ ହୋଇଛି । କୁମ୍ବୀରଟି ମଇଁଷିକୁ ଧରି ଭାସୁଥିବା ଦେଖିବାକୁ ମିଳିଛି ।

 ନଦୀରେ କୁମ୍ଭୀର ଦେଖି ଗ୍ରାମବାସୀ ଭୟରେ ଜୀବନ କାଟୁଛନ୍ତି। ଏଥି ପୂର୍ବରୁ କୁମ୍ଭୀର ନଦୀକୂଳରୁ ଶୌଚ ହେଉଥିବା ଲୋକଙ୍କୁ ନେଇଥିବା ବେଳେ ଏକ ମଇଁଷିକୁ ଝାମ୍ଫି ନେଇଛି। ସୂଚନାଯୋଗ୍ୟ, ସ୍ଥାନୀୟ ଲୋକେ ପ୍ରତିଦିନ ନଈ ପାରିକରି  ଯାଜପୁର ଜିଲା ଅଞ୍ଚଳକୁ ପ୍ରତିଦିନ ଯଆସ କରିଥାନ୍ତି । ଏଥିପାଇଁ ସେମାନେ ଦେଶୀ ଡଙ୍ଗାର ବ୍ୟବହାର କରୁଥିବାରୁ ବିପଦ ଅଧିକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.