Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୮୦୫ ପଜିଟିଭ୍
  • ||
  • ଧୋକା ଦେବନି ମୌସୁମୀ, ମେ ୩୧ରେ ଛୁଇଁବ କେରଳ, ଜୁନ ୧୨ ସୁଦ୍ଧା ଓଡିଶା
  • ||
  • ବାଲେଶ୍ୱରରେ ମର୍ମନ୍ତୁଦ ଦର୍ଘଟଣା : ପୋଲ ତଳକୁ ଖସିଲା କାର୍,୩ ମୃତ
  • ||
  • ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ
  • ||

ପାଣି ଭିତରେ ମଣିଷ କୁମ୍ଭୀର ଲଢ଼େଇ

6/08/2018 at 4:21 PM

କାଳିମେଳା MV78ରେ ଥିବା ଏକ ପୋଖରୀରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ବହୁଦିନ ଧରି ଲୋକଙ୍କୁ ଅତିଷ୍ଠ କରିଥିବା କୁମ୍ଭୀରକୁ କାବୁ କରିବା ପାଇଁ ଉଦ୍ୟମ ଚାଲିଥିଲା । ଆଜି ସକାଳେ ଗାଁ ଲୋକେ ପୋଖରୀରୁ ଗୋଟିଏ ୬ ଫୁଟ ଲମ୍ବାର କୁମ୍ଭୀରକୁ ଧରିଛନ୍ତି । ସପ୍ତାହେ ଧରି ପୋଖରୀରେ ମାଛ ଜାଲ ପକାଇଯାଇଥିଲା । ଆଜି ସକାଳେ କୁମ୍ବୀରଟି ଜାଲରେ ପଡିଥିବା ଜଣାପଡିଥିଲା । ପ୍ରଥମେ ଦୁଇ ଜଣ ବ୍ୟକ୍ତି କୁମ୍ଭୀରକୁ ଠାବ କରିଥିବା ବେଳେ ପାଣି ଭିତରେ ବୁଡି ରହିଥିବା ଅବସ୍ଥାରେ ମିଳିତ ଭାବେ କୁମ୍ଭୀରକୁ ଧରିଥିଲେ କିଛିଲୋକ । କୁମ୍ଭୀରଟି ଧରାପଡିବା ପରେ ତାକୁ ଦଉଡିରେ ବାନ୍ଧି ବାହାରକୁ ଅଣାଯାଇଥିଲା । ଦୀର୍ଘ ୩ ମାସ ହେଲା ଗାଁର ଏକ ପୋଖରୀରେ ୬ଫୁଟ ଲମ୍ବର କୁମ୍ଭୀରଟି ଆତଙ୍କ ଖେଳାଇଥିଲା । ଲୋକମାନେ ଭୟଭୀତ ଅବସ୍ଥାରେ ରହୁଥିଲେ । ଏନେଇ ସେମାନେ ବନ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ବନ ବିଭାଗ ହାତ ଟେକିଦେଇଥିଲା । କୁମ୍ଭୀରକୁ ଧରିବା ମୁସ୍କିଲ ବୋଲି କହିଥିଲା ବନ ବିଭାଗ । ଏଥିସହ ଗ୍ରାମବାସୀଙ୍କୁ ଧରିବା ପାଇଁ କହିଥିଲା । ଶେଷରେ ଜୀବନକୁ ପାଣି ଛଡାଇ ଆଜି ସକାଳୁ କୁମ୍ଭୀରକୁ ଧରିବା ପାଇଁ ଲୋକେ ଅଂଟା ଭିଡିଥିଲୋ କୁମ୍ଭୀରକୁ ଧରିବା ପରେ ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କାଲିମେଲା ବନ ବିଭାଗ ରେଞ୍ଜର ଏବଂ ଗୋମ୍ପାକୋଣ୍ଡା ଫରେଷ୍ଟଗାର୍ଡ ପହଞ୍ଚି କୁମ୍ଭୀରକୁ ନେଇଯାଇଥିଲେ ।

   Related Posts