ଏହି ସହରରେ ମାତ୍ର ୧୨ଟଙ୍କାରେ ବିକ୍ରି ହେଉଛି ସୁନ୍ଦର ସୁନ୍ଦର ଘର, ଏହା ହେଉଛି କାରଣ

Published By : Prameya-News7 Bureau | June 12, 2021 IST

ନୂଆଦିଲ୍ଲୀ ୧୨।୬: ଘର କିଣିବା ଲୋକଙ୍କ ସ୍ବପ୍ନ ହୋଇଥାଏ । ଘର କିଣିବାକୁ ଜୀବନସାରାର ରୋଜଗାର ମଧ୍ୟ ଲଗାଇ ଦେଇଥାନ୍ତି । ମାତ୍ର ବିଶ୍ବରେ ଏମିତି ଏକ ଦେଶ ଅଛି ଯେଉଁଠାରେ ଲୋକ ନିଜର ସୁନ୍ଦର ଘର ବିକ୍ରି କରୁଛନ୍ତି । ଆଶ୍ଚର୍ଯ୍ୟର କଥା ଯେ, ଲୋକମାନେ ନିଜ ଘରକୁ ମାତ୍ର ୧୬ ସେଣ୍ଟ (ପ୍ରାୟ ୧୨ଟଙ୍କାରେ) ବିକ୍ରି କରୁଛନ୍ତି ।

ରୟଟର୍ସର ଏକ ରିପୋର୍ଟ ଅନୁସାରେ କ୍ରୋଏସିଆର ଉତ୍ତରରେ ଥିବା ଲେଗ୍ରାଡ ସହରରେ ଲୋକମାନେ ନିଜ ଘର ମାତ୍ର ୧୨ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ପରିବହନ ସଂଯୋଗ ନଥିବା କାରଣରୁ ଲୋକମାନେ ଘର ଛାଡି ଚାଲିଯାଉଛନ୍ତି । ଏହାପରେ ପ୍ରଶାସନ ନିଜେ ସେହି ଘରଗୁଡିକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

{"id":465123,"sizeSlug":"large","linkDestination":"none"}

ଲେଗ୍ରାଡର ମେୟର ଇଓ୍ବାନ ସାବୋଲିକ କହିଛନ୍ତି ଯେ, ୧୯ଟି ଘର ଏକ ସଙ୍ଗେ ଖାଲି କରାଯାଇଥିଲା । ଏହି ଘରଗୁଡିକର ମୂଲ୍ୟ ପ୍ରାୟ ୧୨ ଟଙ୍କା ଲଗାଯାଇଛି । ଏଗୁଡିକ ମଧ୍ୟରୁ ୧୭ଟି ଘର ଏପର୍ଯ୍ୟନ୍ତ ବିକ୍ରି ହୋଇସାରିଛି । ସେ ଆହୁରି ମଧ୍ୟ କରିଛନ୍ତି ଯେ, ଯେବେଠାରୁ ଏହି ସହର ସୀମାବର୍ତ୍ତୀ ସହର ହୋଇଛି ସେବେଠାରୁ ଏଠାରେ ଜନସଂଖ୍ୟା ଲଗାତର କମ୍ ହେଉଛି । ଲେଗ୍ରାଡ ସହରର ସୀମା ହଙ୍ଗରୀ ସହ ଜଡିତ ।

ରିପୋର୍ଟରେ କୁହାଯାଇଛି ଯେ, କେହି ବ୍ୟକ୍ତି ଯଦି ଏଠାରେ ଘର କିଣିବାକୁ ଚାହୁଁଛନ୍ତି ତେବେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ସାହାଯ୍ୟ କରିବ । କେବଳ ଏତିକି ନୁହେଁ କେହି ଯଦି ଏଠାରେ ରହିବାକୁ ଚାହୁଁଥାନ୍ତି ତେବେ ସେମାନଙ୍କୁ ଅତି କମ୍ ରେ ୧୫ ବର୍ଷ ଏଠାରେ ରହିବା ନେଇ ଚୁକ୍ତି କରିବାକୁ ପଡିବ ।

{"id":465125,"sizeSlug":"large","linkDestination":"none"}

ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ, ଲେଗ୍ରାଡ ସହର ଏକ ସମୟରେ କ୍ରୋଏସିଆର ଏଭଳି ଦ୍ବିତୀୟ ସ୍ଥାନ ଥିଲା ଯେଉଁଠାରେ ଦେଶର ସବୁଠୁ ବେଶୀ ଜନସଂଖ୍ୟା ଥିଲା । ପ୍ରାୟ ୧୦୦ ବର୍ଷ ପୂର୍ବେ ଆଷ୍ଟ୍ରୋ ଏବଂ ହଙ୍ଗରୀୟ ସାମ୍ରାଜ୍ୟ ଭାଙ୍ଗିବା ପରେ ଏଠାରେ ଜନସଂଖ୍ୟା ଲଗାତର କମ୍ ହେବାରେ ଲାଗିଛି ।

ଲେଗ୍ରାଡ ସହର ସବୁଜିମାରେ ଭରପୁର ରହିଛି । ସହରର ଚତୁଃପାର୍ଶ୍ବରେ ଜଙ୍ଗଲ ରହିଛି । ଏହି ସହରରେ ୨,୨୫୦ ଲୋକ ବସବାସ କରୁଛନ୍ତି । ରିପୋର୍ଟ ଅନୁସାରେ ୭୦ରୁ ୧୦୦ ବର୍ଷ ପୂର୍ବରୁ ଲେଗ୍ରାଡ ସହରରେ ଆଜି ତୁଳନାରେ ଦ୍ବିଗୁଣରୁ ଅଧିକ ଲୋକ ବସବାସ କରୁଥିଲେ । ମାତ୍ର ଧିରେ ଧିରେ ଏଠାରୁ ସମସ୍ତେ ପଳାଇଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.