Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ଲମତାପୁଟ : ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ରାଜ୍ୟରେ ୪ହଜାର ଉପରେ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୭୬୧ ପଜିଟିଭ୍ ଚିହ୍ନଟ
  • ||
  • ବ୍ରହ୍ମପୁର : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା
  • ||

ଶୋଚନୀୟ ପରାଜୟ ପରେ ଇଂଲଣ୍ଡକୁ ବି ନିଜ ପୂର୍ବତନ ଖେଳାଳିଙ୍କ ସମାଲୋଚନା, କହିଲେ- ଲଜ୍ଜା ଆସିବା ଉଚିତ୍

27/02/2021 at 4:13 PM

ନୂଆଦିଲ୍ଲୀ ୨୭।୦୨: ଅହମ୍ମଦାବାଦରେ ଶୋଚନୀୟ ପରାଜୟ ପରେ ଇଂଲଣ୍ଡ ଦଳ ସମାଲୋଚକଙ୍କ ଟାର୍ଗେଟ୍‌ରେ। ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ ଜ୍ୟୋଫ ବୟକଟ୍ ତୃତୀୟ ଟେଷ୍ଟରେ ଇଂଲଣ୍ଡ ଦଳର ଚୟନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଟର୍ଣ୍ଣିଂ ପିଚ୍‌ରେ ତିନି ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରାଯିବା କାହାର ବିଚାର ଥିଲା। ଉକ୍ତ ବ୍ୟକ୍ତିଙ୍କୁ ଲଜ୍ଜା ଆସିବା ଦରକାର।

ଜ୍ୟୋଫ ବୟକଟ୍‌ କହିଛନ୍ତି, ଇଂଲଣ୍ଡ ଖେଳାଳି ଚିନ୍ତା କରୁଥିଲେ ଯେ ସେମାନେ ଅହମ୍ମଦାବାଦ ନୁହେଁ ଆଡିଲେଡ୍‌ରେ ପିଙ୍କ୍ ବଲ୍ ଟେଷ୍ଟ ଖେଳୁଛନ୍ତି। ଉଲ୍ଲେଖଯୋଗ୍ୟ, ଅହମ୍ମଦାବାଦ ଟେଷ୍ଟରେ ଇଂଲଣ୍ଡ ତିନି ଦ୍ରୁତ ବୋଲର ସହ ପଡିଆକୁ ଓହ୍ଲାଇଥିଲା। ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍ ଓ ଜୋଫ୍ରା ଆର୍ଚରଙ୍କୁ ଦଳ ତୃତୀୟ ଟେଷ୍ଟରେ ଖେଳାଇଥିଲା। ହେଲେ ଟର୍ଣ୍ଣିଂ ପିଚ୍‌ରେ ଏହି ତିନି ବୋଲର ପ୍ରଭାବହୀନ ରହିଥିଲେ।

ଏହା ପୂର୍ବରୁ ବୟକଟ୍ ଅହମ୍ମଦାବାଦ ପିଚ୍‌ ସପକ୍ଷରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ କୌଣସି ବି ଦେଶ ଯାହା ବି ପିଚ୍‌ ପ୍ରସ୍ତୁତ କରୁ, ଭାରତ ଭଲ ପ୍ରଦର୍ଶନ କରିଛି। ଫଳାଫଳ ଏବେ ସମସ୍ତଙ୍କ ସାମ୍ନାରେ। ସୂଚନାଯୋଗ୍ୟ, ଇଂଲଣ୍ଡ ଦଳ ଅହମ୍ମଦାବାଦର ପିଚ୍‌କୁ ପଢିବାରେ ବିଫଳ ହୋଇଛି। ଟର୍ଣ୍ଣିଂ ପିଚ୍‌ରେ ତିନି ଦ୍ରୁତ ବୋଲରଙ୍କୁ ଓହ୍ଲାଇବା ଭ୍ରମଣକାରୀ ଦଳର ରଣନୀତି ବିଫଳ ହୋଇଛି।

ଅନ୍ୟପଟେ ଭାରତ ଉକ୍ତ ମ୍ୟାଚ୍‌ରେ ତିନି ସ୍ପିନରଙ୍କୁ ଦଳରେ ସାମିଲ କରିଥିଲା। ଅକ୍ଷର ପଟେଲ୍ ମ୍ୟାଚ୍‌ରେ ୧୧ ଓ୍ଵିକେଟ୍ ନେଇଥିବା ବେଳେ ଅଶ୍ଵିନ ୭ ଓ୍ଵିକେଟ୍ ନେଇଥିଲେ। ଉଭୟ ବୋଲର ମିଶି ମ୍ୟାଚ୍‌ରେ ବିପକ୍ଷ ଦଳର ୧୮ ଓ୍ଵିକେଟ୍ ନେଇଥିଲେ।

ଦୁଇ ସ୍ପିନରଙ୍କ ସାହାଯ୍ୟରେ ଭାରତ ଅହମ୍ମଦାବାଦ ଟେଷ୍ଟକୁ ୧୦ ଓ୍ଵିକେଟ୍‌ରେ  ଜିତିବାରେ ସଫଳ ହୋଇଛି। ୪ ମ୍ୟାଚ୍‌ ଟେଷ୍ଟ ସିରିଜ୍‌ରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି। ଚତୁର୍ଥ ଟେଷ୍ଟ ମାର୍ଚ୍ଚ ୪ରୁ ଅହମ୍ମଦାବାଦରେ ଖେଳାଯିବ।

   Related Posts