Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନରେ କରୋନା ସ୍ଥିତି ଅଣାୟତ: ଗୋଟିଏ ଦିନରେ ସାମ୍ନାକୁ ଆସିଲା ସର୍ବାଧିକ ମାମଲା, ଚିନ୍ତାରେ ଇମରାନ ସରକାର

3/05/2020 at 10:16 PM

ଲାହୋର, ୦୩|୦୫:   ସାରା ବିଶ୍ୱରେ କରୋନା ଭାଇରସ ମୃତ୍ୟୁର ବିଭୀଷିକା ରଚୁଛି ।  ଏହି ମାରାତ୍ମକ ଭାଇରସ ମୋଟ ୩୦ ଲକ୍ଷ ୪୫ ହଜାରରୁ ଅଧିକଙ୍କୁ ସଂକ୍ରମିତ କରିଥିବା ବେଳେ ପ୍ରାୟ ଅଢେଇ ଲକ୍ଷ ବ୍ୟକ୍ତିଙ୍କ ଜୀବନ ନେଇଛି । ବିଶ୍ୱର ସାମାଜିକ  ଓ ଅର୍ଥନୈତିକ ଗତିରେ ବ୍ରେକ୍ ଲଗାଇଛି କରୋନା । ପାକିସ୍ତାନରେ ମଧ୍ୟ କୋଭିଡ-୧୯ ଭୟାବହ ସ୍ଥିତି ସୃଷ୍ଟି କରିଛି ।

ପଡୋଶୀ ଦେଶ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି । କେବଳ ଶନିବାର ଦିନ ଏଠାରେ ୧୩୦୦ଟି ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ସେଠାରେ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସର୍ବାଧିକ ମାମଲା।  ଏହା ଇମରାନ୍ ଖାନ ସରକାରଙ୍କ ଚିନ୍ତା ବଢାଇ ଦେଇଛି । କାରଣ ପୂର୍ବରୁ ପାକିସ୍ତାନ ସରକାରଙ୍କୁ ବିଭିନ୍ନ ଦେଶ କରୋନା ମୁକାବିଲାରେ ଦୁର୍ବଳ ରଣନୀତି ଆପଣାଇ ଥିବାରୁ ସମାଲୋଚନା ମଧ୍ୟ କରିଛନ୍ତି । ତେଣୁ ଇମରାନ ଚାପ ମଧ୍ୟରେ ରହିଛନ୍ତି । ନୂଆ ରିପୋର୍ଟ ପ୍ରଧାନମନ୍ତ୍ରୀ ଇମରାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି ।

ସୂଚନାଯୋଗ୍ୟ, ପାକିସ୍ତାନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୮୫୧ ରହିଥିବା ବେଳେ ମୋଟ୍ ୪୩୨ଜଣ ପ୍ରାଣ ହରାଇଛନ୍ତି । ତେବେ ମେ ୧ ପରେ ଦେଶରେ କରୋନା ଜନିତ ମୃତ୍ୟୁ ମାମଲା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଏଠାରେ ୩୨ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।

   Related Posts