Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବିଭିନ୍ନ ଡାକ୍ତରଖାନା ବୁଲିଲେ କିନ୍ତୁ ସମ୍ ହସ୍ପିଟାଲରେ ସୁସ୍ଥ ହେଲେ: କ୍ରିଟିକାଲ କୋଭିଡ-୧୯ ରୋଗୀଙ୍କ ସଫଳ ଚିକିତ୍ସା, ସମ୍ ଗ୍ରୁପକୁ ଭୁରିଭୁରି ପ୍ରଶଂସା

21/05/2020 at 8:05 PM

ବାଲେଶ୍ୱର, ୨୧|୦୫:  ୩ ମାସ ଧରି ଜ୍ୱର କମୁନଥିଲା । ଦୁର୍ବଳ ଲାଗୁଥିଲା । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ  ହଳଦୀପଦା ଅଞ୍ଚଳର ୪୦ ବର୍ଷୀୟା ମହିଳା ତାଙ୍କ ଅଜଣା ରୋଗର ଚିକିତ୍ସା ପାଇଁ କଟକ-ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନା ବୁଲିଲେ । ଦୁର୍ବଳ ସ୍ୱାସ୍ଥ୍ୟବସ୍ଥା ଯୋଗୁଁ ସେ କରୋନାର ମଧ୍ୟ ଶିକାର ହେଲେ । କରୋନା ପଜିଟିଭ୍ କେସ୍ ଭାବେ ତାଙ୍କୁ ସମ୍‌ କୋଭିଡ୍‌ ହସ୍ପିଟାଲକୁ ରେଫର କରାଯାଇଥିଲା । ଆଉ, ସମ୍ କୋଭିଡ ହସ୍ପିଟାଲର ଅଭିଜ୍ଞ ଡାକ୍ତରୀ ଟିମ୍ ତାଙ୍କୁ ଖାଲି କରୋନା  ନୁହେଁ, ତାଙ୍କ ମୂଳ ରୋଗ Systemic Lupus Erythematosus ବା SLEର ମଧ୍ୟ ଚିକିତ୍ସା କରି ତାଙ୍କୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିଛନ୍ତି । ସେ ସୁସ୍ଥ ହୋଇ  ଘରକୁ ଫେରିବା, ସମ୍ ଗ୍ରୁପ୍ରର ଅଭିଜ୍ଞ ଡାକ୍ତରୀ ଟିମଙ୍କ ପାଇଁ ଆଣିଛି ନୂଆ ସଫଳତା ଏବଂ  ଅତ୍ମସନ୍ତୋଷ ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ହଳଦୀପଦା ଅଞ୍ଚଳର ୪୦ ବର୍ଷୀୟା ମୀନତି ରାଉତ । ସ୍ୱାମୀ ମହେଶ ରାଉତ ସାଧାରଣ କାମଧନ୍ଦା କରି ପରିବାର ଚଳାନ୍ତି । ମୀନତି କରୋନା ପଜିଟିଭ ରୋଗୀ ଭାବେ ମେ ୫ ତାରିଖରେ  ସମ କୋଭିଡ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ । ତେବେ, ସମ୍ ଗ୍ରୁପର ଅନୁଭବୀ ଡାକ୍ତରୀ ଟିମ ତାଙ୍କୁ ଖାଲି କରୋନା ନୁହେଁ, ତାଙ୍କ ମୂଳ ରୋଗର ମଧ୍ୟ ନିରୂପଣ କଲେ, ଚିକିତ୍ସା କରି ଆରୋଗ୍ୟ କଲେ । ଯେଉଁ ଅଜଣା ରୋଗକୁ ନେଇ ସେ ଚିନ୍ତିତ ଥିଲେ, ଏକାଧିକ ଡାକ୍ତରଖାନାରେ ହତାଶ ହେଇଥିଲେ, ତା’ର ଚିକିତ୍ସା କରି ତାଙ୍କୁ ସମ୍ପୂର୍ଣ୍ଣ  ଆରୋଗ୍ୟ କଲେ । ଆଉ ମେ ୧୭ରେ ସେ ସୁସ୍ଥ ହୋଇ ଗାଁକୁ ଫେରିଲେ । ଆଉ ଏବେ ସମ୍ ଗ୍ରୁପର ପ୍ରଶଂସାରେ ତାଙ୍କ ସମ୍ପର୍କୀୟ ଶତମୁଖ ।

ନିକଟରେ  ଯାଜପୁର ଜିଲ୍ଲାର ଜଣେ ୮୫ ବର୍ଷୀୟା ମହିଳା  ଯାହାଙ୍କ ଓଜନ ମାତ୍ର ୨୨ କିଲୋ ଥିଲା, ସେ ମଧ୍ୟ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ହୋଇ କରୋନା ଭଳି ମହାମାରୀରୁ ଆରୋଗ୍ୟ ହୋଇ ଘରକୁ ଫେରିଥିଲେ । ରାଜ୍ୟର ସବୁଠାରୁ ବୟସ୍କ ଆକ୍ରାନ୍ତ ଭାବେ ସେ କରୋନା ଯୁଦ୍ଧ ଜିତିବା ପରେ, ସମ୍‌ କୋଭିଡ୍‌ ହସ୍ପିଟାଲର ଡାକ୍ତରୀ ଦଳ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ କୃତଜ୍ଞତା ଜଣାଇଥିଲେ । କିନ୍ତୁ, ଖାଲି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଏବଂ ମୀନତିଙ୍କ SLE ରୋଗର ଚିକିତ୍ସା ମଧ୍ୟରେ ଅନେକ ଫରକ ବୋଲି କହିଛନ୍ତି ତାଙ୍କୁ ଟ୍ରିଟମେଣ୍ଟ କରିଥିବା ଡାକ୍ତରମାନେ । ସାଧାରଣ କରୋନା ଆକ୍ରାନ୍ତ ଆରୋଗ୍ୟ ହେବା ଅପେକ୍ଷା, ମୀନତୀ Lupus ରୋଗରୁ ସୁସ୍ଥ ହୋଇ ହସି ହସି ଘରକୁ ଫେରିବାର ଆତ୍ମସନ୍ତୋଷ ଆମ ପାଇଁ ଅଧିକ ବୋଲି କହିଛନ୍ତି ତାଙ୍କୁ ସୁସ୍ଥ କରିଥିବା ଡାକ୍ତରୀ ଟିମର ସଦସ୍ୟ ।

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସମ୍ ଗ୍ରୁପ୍ ପକ୍ଷରୁ ୫୨୫-ଶଯ୍ୟା ବିଶିଷ୍ଟ  ଏକ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ଏଥିରେ ୫୦୦ ସାଧାରଣ ବେଡ୍‌ ଥିବାବେଳେ ୨୫ଟି ଆଇସିୟୁ ବେଡ୍‌ ରହିଛି । ସମ୍‌ କୋଭିଡ୍‌ ହସ୍ପିଟାଲ ସ୍ବତନ୍ତ୍ର ଭାବେ ଭିନ୍ନ ଏକ କ୍ୟାମ୍ପସରେ କାମ କରୁଛି । ୪ ମହଲା ବିଶିଷ୍ଟ ଏହି ହସ୍ପିଟାଲରେ ସନ୍ଦିଗ୍ଧଙ୍କୁ ଅଲଗା ରଖି ଚିକିତ୍ସା କରାଯାଉଥିବା ବେଳେ ପଜିଟିଭ୍‌ ଚିହ୍ନଟ କରୋନା ଆକ୍ରାନ୍ତଙ୍କୁ ଅଲଗା ଚିକିତ୍ସା କରାଯାଉଛି । ହସ୍ପିଟାଲ ପରିସରରେ ସ୍ବଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏହା ବ୍ୟତୀତ, ସମ୍ ଗ୍ରୁପ୍ ପକ୍ଷରୁ କେନ୍ଦ୍ରାପଡ଼ା ଏବଂ ତାଳଚେରରେ ମଧ୍ୟ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି ।

   Related Posts