ଦିଲ୍ଲୀରେ ଡରାଉଛି କରୋନା, ୨୪ ଘଣ୍ଟାରେ ୧୩୧ ଆକ୍ରାନ୍ତ ମୃତ

Published By : Prameya-News7 Bureau | November 19, 2020 IST

ନୂଆଦିଲ୍ଲୀ, ୧୯|୧୧ :  ରାଜଧାନୀ ଦିଲ୍ଲୀରେ କରୋନାର ଆତଙ୍କ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୪୮୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୧୩୧ଜଣ ପ୍ରାଣ ମଧ୍ୟ ହରାଇଛନ୍ତି । ଏହା ହେଉଛି ଦିଲ୍ଲୀରେ ଗୋଟିଏ ଦିନରେ ପ୍ରାଣ ହରାଇଥିବା ସର୍ବାଧିକ ମୃତ୍ୟୁସଂଖ୍ୟା । ଏହାପୂର୍ବରୁ ନଭେମ୍ବର ୧୨ ତାରିଖରେ ଦିଲ୍ଲୀରେ ୧୦୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିଲେ ।

ଏବେସୁଦ୍ଧା ଦିଲ୍ଲୀରେ କରୋନା ୭୯୪୩ଟି ମୁଣ୍ଡ ନେଇ ସାରିଛି । ୪୨୪୫୮ଟି ସକ୍ରିୟ କେସ୍ ରହିଥିବା ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଟପିଲାଣି । ଅର୍ଥାତ ରାଜଧାନୀ ଦିଲ୍ଲୀରେ ୫୦୩୦୮୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହାପୂର୍ବରୁ ମଙ୍ଗଳବାର ୬୩୯୬ଟି ପଜିଟିଭ୍ କେସ୍ ଚିହ୍ନଟ ହୋଇଥିଲା । ୯୯ଜଣ ସଂକ୍ରମିତ ପ୍ରାଣ ହରାଇଥିଲେ । ତେବେ ଦିଲ୍ଲୀରେ ବୃଦ୍ଧି ପାଉଥିବା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଦେଇଛି ।

ସେହିପରି ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କିଛି ଅଞ୍ଚଳରେ ବଜାରକୁ ବନ୍ଦ କରିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ସରକାର ମଧ୍ୟ ସଂକ୍ରମଣ ରୋକିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଦିଲ୍ଲୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ କଟକଣା ମାନିବାକୁ ମଧ୍ୟ କୁହାଯାଇଛି । ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦିଆଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.