ଫୁଟବଲ କିମ୍ବଦନ୍ତୀ ପେଲେଙ୍କ ରେକର୍ଡ ଭାଙ୍ଗିଲେ ରୋନାଲ୍ଡୋ, ଆସନ୍ତା ସପ୍ତାହରେ ସର୍ବାଧିକ ଗୋଲ୍ ସ୍କୋରର୍ ହୋଇପାରନ୍ତି ପର୍ତ୍ତୁଗାଲର କ୍ରିଷ୍ଟିଆନୋ
4/01/2021 at 4:30 PM

ନୂଆଦିଲ୍ଲୀ, ୦୪|୦୧: ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ରବିବାର ବ୍ରାଜିଲର ମହାନ ଫୁଟବଲର ପେଲେଙ୍କ ରେକର୍ଡ ଭାଙ୍ଗିଛନ୍ତି । ପର୍ତ୍ତୁଗାଲର ଷ୍ଟାର ଫୁଟବଲର ରୋନାଲ୍ଡୋ ରବିବାର ଉଡିନେସ୍ ବିପକ୍ଷ ମ୍ୟାଚରେ ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହି ମ୍ୟାଚରେ ଜୁଭେଣ୍ଟସ୍ ଉଡିନେସକୁ ୪-୧ ଗୋଲରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ରୋନାଲ୍ଡୋ ଦୁଇଟି ଗୋଲ୍ କରିଥିଲେ ।
୩୫ ବର୍ଷୀୟ. ରୋନାଲ୍ଡୋ ପ୍ରଥମ ହାଫ୍ରେ ଗୋଲ୍ କରି ନିଜର ମୋଟ୍ ଗୋଲ୍ ସଂଖ୍ୟାକୁ ୭୫୭ରେ ପହଁଚାଇଥିଲେ । ପରେ ମଧ୍ୟାନ୍ତରରେ ସେ ଦ୍ୱିତୀୟ ଗୋଲ କରି ପେଲେଙ୍କ ରେକର୍ଡ ଭାଙ୍ଗିଥିଲେ । ପେଲେ କ୍ଲବ୍ ତରଫରୁ ୬୮୦ ଓ ଜାତୀୟ ଦଳ ପକ୍ଷରୁ ୭୭ଟି ଗୋଲ୍ କରିଥିଲେ । ଏବେ ରୋନାଲ୍ଡୋଙ୍କ ଗୋଲ୍ ସଂଖ୍ୟା ୭୫୮ରେ ପହଁଚିଛି ।
ରୋନାଲ୍ଡୋ ଏବେସୁଦ୍ଧା କ୍ଲବ୍ ତରଫରୁ ୬୫୬ଟି ଗୋଲ୍ ଓ ଜାତୀୟ ଦଳ ପକ୍ଷରୁ ୧୦୨ଟି ଗୋଲ୍ କରିଛନ୍ତି । ରବିବାର ମ୍ୟାଚ୍ ଜୁଭେଣ୍ଟସ୍ ଜିତିବା ପରେ ସେରୀ-ଏ ଇଟାଲିଅନ ଲିଗରେ ଟପ୍ରେ ପହଁଚିଛି । ଦଳ ୧୦ ପଏଣ୍ଟ ପାଇଛି ।
ମ୍ୟାଚ୍ର ମୁଖ୍ୟ ଆକର୍ଷଣ ଥିଲେ ରୋନାଲ୍ଡୋ । ସର୍ବାଧିକ ଗୋଲ୍ କରିଥିବା ଖେଳାଳି ତାଲିକାରେ ପ୍ରଥମରେ ଅଛନ୍ତି ଚେକ୍ ଗଣରାଜ୍ୟର ଜୋସେଫ୍ ବିକାନ । ତାଙ୍କଠାରୁ ରୋନାଲ୍ଡୋ ମାତ୍ର ୮ଟି ଗୋଲ୍ ପଛରେ ରହିଛନ୍ତି । ଆଗାମୀ ସପ୍ତାହରେ ରୋନାଲ୍ଡୋ ବିକାନଙ୍କୁ ପଛରେ ପକାଇପାରନ୍ତି ।