ଇନ୍ଷ୍ଟାଗ୍ରାମରେ ରୋନାଲ୍ଡୋଙ୍କ ବିଶ୍ବ ରେକର୍ଡ, ଫଲୋୟର୍ସ ସଂଖ୍ୟା ଟପିଲା ୨୫୦ ମିଲିୟନ
3/01/2021 at 10:04 PM

ନୂଆଦିଲ୍ଲୀ ୦୩/୦୧: ରେକର୍ଡ ପରେ ରେକର୍ଡ ରଚିଚାଲିଛନ୍ତି ପ୍ରସିଦ୍ଧ ଫୁଟବଲ୍ର କ୍ରିଷ୍ଟିଆନୋ ରୋନାଲ୍ଡୋ। ଫୁଟ୍ବଲ ଜଗତରେ ବିଭିନ୍ନ ରେକର୍ଡ ନିଜ ନାଁରେ କରିଥିବା ରୋନାଲ୍ଡୋ ପୁଣି ସୋସିଆଲ ମିଡିଆରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ବର ପ୍ରଥମ ବ୍ୟକ୍ତି ଭାବେ ଇନ୍ଷ୍ଟାଗ୍ରାମରେ ରୋନାଲ୍ଡୋଙ୍କ ଫଲୋୟର୍ସ ୨୫୦ ମିଲିୟନ ଟପିଛନ୍ତି।
ଏହା ସହ ୧୯.୭ ମିଲିୟନ୍ ଲାଇକ୍ ସହ ୨୦୨୦ରେ ଅଧିକ ଲାଇକ୍ ପାଇଥିବା ପୋଷ୍ଟ ମାମଲାରେ ରୋନାଲ୍ଡୋ ରେକର୍ଡ କରିଛନ୍ତି। ନିକଟରେ ମୃତ୍ୟୁବରଣ କରିଥିବା ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ପରଲୋକରେ ଶୋକ ପ୍ରକାଶ କରି ରୋନାଲ୍ଡୋ ସେୟାର କରିଥିବା ପୋଷ୍ଟ ୨୦୨୦ରେ ଅଧିକ ଲାଇକ୍ ପାଇଥିଲା।
ଇନ୍ଷ୍ଟାଗ୍ରାମରେ ରୋନାଲ୍ଡୋ ୪୫୮ ଜଣଙ୍କୁ ଫଲୋ କରିଛନ୍ତି। ଅନ୍ୟପଟେ ରୋଜଗାର ମାମଲାରେ ରୋନାଲ୍ଡୋ ବହୁ ଆଗରେ। ଫୋର୍ବସ୍ ଅନୁସାରେ ପ୍ରତି ସ୍ପନ୍ସର ପୋଷ୍ଟରେ ରୋନାଲ୍ଡୋ ୧ ମିଲିୟନ ଡଲାର ରୋଜଗାର ମଧ୍ୟ କରୁଛନ୍ତି।
କ୍ରିଷ୍ଟିଆନୋଙ୍କ ପରେ ଅଧିକ ଫଲୋୟର୍ସ ଥିବା ଖେଳାଳିଙ୍କ ଲିଷ୍ଟରେ ଅଛନ୍ତି ଲିଓନେଲ୍ ମେସି। ମେସିଙ୍କ ୧୭୪ ମିଲିୟନ୍ ଫଲୋୟର୍ସ ଥିବା ବେଳେ ବ୍ରାଜିଲର ଫୁଟ୍ବଲର ନେମାରଙ୍କର ୧୪୪ ମିଲିୟନ ଫଲୋୟର୍ସ ଇନ୍ଷ୍ଟାଗ୍ରାମରେ ଅଛନ୍ତି। ଏହାସହ ଫେସବୁକରେ ରୋନାଲ୍ଡୋଙ୍କର ସର୍ବାଧିକ ଫଲୋୟର୍ସ ଥିବା ବେଳେ ଖେଳାଳି ଭାବେ ଟ୍ବିଟ୍ରରେ ଅଧିକ ଫଲୋୟର୍ସ ଅଛନ୍ତି।