ରୋନାଲ୍ଡୋଙ୍କ ଆଉ ଏକ ରେକର୍ଡ: ୮୦୦ ଗୋଲ୍ କରିଥିବା ପ୍ରଥମ ଫୁଟବଲର

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଲୀ ୦୩/୧୨ : ପର୍ତ୍ତୁଗାଲ ଷ୍ଟାର ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋ ଆଉ ଏକ ରେକର୍ଡ କରିଛନ୍ତି। ସେ ୮୦୦ ଗୋଲ କରିଥିବା ଦୁନିଆର ପ୍ରଥମ ଫୁଟବଲର ହୋଇଛନ୍ତି। ସେ ମଞ୍ଚେଷ୍ଟର ୟୁନାଇଟେଡ଼ ତରଫରୁ ଖେଳି ଆର୍ସେନଲ ବିରୋଧରେ ୨ଟି ଗୋଲ କରି ଏହି ରେକର୍ଡ କରିଛନ୍ତି। ରୋନାଲ୍ଡୋଙ୍କ ଟିମ ଏହି ମ୍ୟାଚ ୩-୨ରେ ଜିତିଛି | ଏବେ ଯାଏଁ ସେ ୮୦୧ ଗୋଲ କରିସାରିଛନ୍ତି।

{"id":553653,"sizeSlug":"full","linkDestination":"none"}

ରୋନାଲ୍ଡୋ ମ୍ୟାଚର ପ୍ରଥମ ଗୋଲ ୫୨ମିନିଟରେ ଓ ଦ୍ୱିତୀୟଟି ୭୦ ମିନିଟରେ ପେନାଲଟି ଜରିଆରେ କରିଛନ୍ତି। ଏହାସହ ତାଙ୍କ ଗୋଲ ସଂଖ୍ୟା ୮୦୧ ହୋଇଯାଇଛି। ବ୍ରାଜିଲର ବରିଷ୍ଠ ଖେଳାଳି ପେଲେଙ୍କୁ ନେଇ ମଧ୍ୟ ଦାବି କରାଯାଏ ଯେ ସେ ୧୦୦୦ରୁ ଅଧିକ ଗୋଲ କରିଛନ୍ତି। କିନ୍ତୁ ଏହାର କୌଣସି ସରକାରୀ ସଂଖ୍ୟା ନାହିଁ। ରୋନାଲ୍ଡୋ ୮୦୧ ଗୋଲ ମଧ୍ୟରୁ ମଞ୍ଚେଷ୍ଟର ୟୁନାଇଟେଡ଼ ପାଇଁ ୧୩୦ ଗୋଲ କରିଛନ୍ତି। ସେ ଦ୍ୱିତୀୟଥର ପାଇଁ ଏହି କ୍ଲବ ପାଇଁ ଖେଳୁଛନ୍ତି। ସେ ରିୟାଲ ମେଡ୍ରିଡ ପାଇଁ ସର୍ବାଧିକ ୪୫୦ ଗୋଲ କରିଛନ୍ତି। ପର୍ତ୍ତୁଗାଲ ତରଫରୁ ଖେଳି ସେ ୧୧୫ ଗୋଲ କରିଛନ୍ତି।

{"id":553639,"width":690,"height":518,"sizeSlug":"full","linkDestination":"none"}

ରୋନାଲ୍ଡୋ ସବୁଠାରୁ ଅଧିକ ଅନ୍ତରାଷ୍ଟ୍ରୀୟ ଗୋଲ କରିଥିବା ଖେଳାଳି। ସେ ନିକଟରେ ଇରାନର ଅଲି ଦେଇଙ୍କ ୧୦୯ ଗୋଲର ରେକର୍ଡ ଭାଙ୍ଗିଥିଲେ। ଅନ୍ତରାଷ୍ଟ୍ରୀୟ ସ୍ଥରରେ ସେ ୧୮୪ ମ୍ୟାଚରେ ୧୧୫ ଗୋଲ କରିଛନ୍ତି। ଆକ୍ଟିଭ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଲିୟୋନେଲ ମେସୀ ଓ ଭାରତୀୟ ଫୁଟବଲ ଟିମର କ୍ୟାପଟେନ ସୁନୀଲ ଛେତ୍ରୀ ୮୦ ଗୋଲ କରିଛନ୍ତି।

{"id":553655,"width":705,"height":386,"sizeSlug":"full","linkDestination":"none"}

ଚଳିତ ବର୍ଷ ଫେବୃଆରୀରେ ଫେସବୁକ, ଇନଷ୍ଟାଗ୍ରାମ, ଟ୍ୱିଟରରେ ୫୦ କୋଟି ଫଲୋୟର୍ସ ହୋଇଥିବା ଦୁନିଆର ପ୍ରଥମ ବ୍ୟକ୍ତି ହୋଇଥିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ। ୨୦୨୧ ରେ ବ୍ରାଜିଲ ଫୁଟବଲର ପେଲେଙ୍କୁ ଓଭରଅଲ ଗୋଲ ମାମଲାରେ ପଛରେ ପକାଇ ଦେଇଥିଲେ। ପେଲେଙ୍କ ଅଫିସିଆଲ ଆକାଉଣ୍ଟ ଅନୁଯାୟୀ ସେ ୭୬୭ ଗୋଲ କରିଛନ୍ତି। ରୋନାଲ୍ଡୋ ଜାନୁଆରୀରେ ପେଲେଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ।

{"id":553646,"width":629,"height":388,"sizeSlug":"large","linkDestination":"none"}

ରୋନାଲ୍ଡୋ ସବୁଠାରୁ ଅଧିକ ୧୮୪ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଥିବା ୟୁରୋପୀୟ ଖେଳାଳି। ସେ ୫ଥର ଫୁଟବଲର ପ୍ରତିଷ୍ଠିତ Ballon d’Or ଆୱାର୍ଡ ଜିତିଛନ୍ତି। ତେବେ ଆର୍ଜେଣ୍ଟିନାର ଲିୟୋନେଲ ମେସୀ ୭ଥର ଏହି ଆୱାର୍ଡ ଜିତିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.