Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଖଡା ଶାଳ ବନ୍ଦ: ସଙ୍କଟରେ ନିର୍ଦ୍ଦେଶକ ଆଉ ଲେଖକ

24/06/2020 at 5:14 PM

ଭୁବନେଶ୍ବର୨୧/୬: ଆଖଡା ଶାଳରୁ ରଜ ଆରମ୍ଭ ହୋଇଥାଏ । ନୂଆ ନାଟକ ଲାଗି ସବୁ ଅପେରା ପାର୍ଟି ପ୍ରସ୍ତୁତି ହୋଇଥାଆନ୍ତି। କିନ୍ତୁ ଏଥର ଆଖଡା ଶାଳ ଶୂନଶାନ୍, କଳାକାର , ନାଟ୍ୟକାର କି ନିର୍ଦ୍ଦେଶକ କେହି ନାହାଁନ୍ତି । ନୂଆ ନାଟକ ପ୍ରସ୍ତୁତି ହେଉ ନଥିବା ନାଟ୍ୟକାର, ନିର୍ଦ୍ଦେଶକଙ୍କ ଜୀବନ ଜୀବିକା ସଙ୍କଟରେ ପଡିଛି। ଆଉ କଳାକାରଙ୍କ ଭଳି ସରକାର ନାଟ୍ୟକାର ଓ ନିର୍ଦ୍ଦେଶକଙ୍କୁ କଳାକାର ଭତ୍ତା ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି।

କଳଙ୍କ ମୋ ପାଇଁ ଚନ୍ଦନ ଟିପା, ଲୁହକୁ କହିଛି ରହିଯା ଟିକେ , କଇଁ କଇଁ କାନ୍ଦେ କୁଆଁରୀ ବୋହୂ, ରଘୁଆ ଦାସର ବାଟିଏ ଚାଷ, ଅଡୁଆ କଲା ବାଡୁଅ ପାଣି , ରଙ୍ଗ ଶାଳାର ରଙ୍ଗବତୀ, ରଜା ଝିଅ ତମେ କଣ କଲ, କୋଟିଏ ତାରାରେ ଗୋଟିଏ ଜହ୍ନ , ଅଢେଇ ଦିନରେ ଲଢେଇ ଶେଷ, ସ୍ବାମୀ କହିଥିଲେ ଫେରିବେ ବୋଲି , ରେଡ୍ ଜୋନ କନିଆକୁ ଗ୍ରୀନ ଜୋନ ବର, ଏମିତି କିଛି ନୂଆ ନାଟକ ପାଇଁ ବିଭିନ୍ନ ଯାତ୍ରା ପାର୍ଟିର ମାଲିକମାନେ ନାଟ୍ୟକାର ଓ ନିର୍ଦ୍ଦେଶକ ଙ୍କ ସହ ଚୁକ୍ତି କରିଥିଲେ । ତେବେ କରୋନା ପାଇଁ ମାର୍ଚ୍ଚ ମାସ ଅଧାରୁ ଯାତ୍ରା ବନ୍ଦ ହୋଇଗଲା । ଆଉ ଏବେ କୌଣସି ପାର୍ଟି ନୂଆ ନାଟକ ପ୍ରସ୍ତୁତ କରୁ ନାହିଁ, କାହିଁକି ନା ଯାତ୍ରା କେବେ ମଞ୍ଚସ୍ଥ ହେବ,  ସେ ନେଇ ସରକାର କିଛି ସ୍ପଷ୍ଟ କରି ନାହାଁନ୍ତି।

ଆଖଡାଶାଳ ବନ୍ଦ, ନାଟ୍ୟକାର ଓ ନିର୍ଦ୍ଦେଶକଙ୍କ ପାଇଁ କାମ ନାହିଁ । ଏହି ସମୟରେ ନୂଆ ନାଟକ କରି ଦି ପଇସା ରୋଜଗାର କରିଥାନ୍ତି ନାଟ୍ୟକାର ଓ ନିର୍ଦ୍ଦେଶକ । ଆଉ ବର୍ଷ ଯାକ ପାଇଁ ଦାନା ସଂଗ୍ରହ କରିଥାନ୍ତି ଏହି ଆଖଡା ଶାଳରୁ । କରୋନା ମାଡରେ ବେଶୀ ପ୍ରଭାବିତ ହୋଇଛନ୍ତି ଏମାନେ । 

   Related Posts