Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ସଂକଟରେ ଫ୍ଲାଏଆସ୍ ଇଟା ଶିଳ୍ପ: ଜୀବନ ଜୀବିକାକୁ ନେଇ ଚିନ୍ତାରେ ଶ୍ରମିକ ଏବଂ ମାଲିକ

3/01/2020 at 6:24 PM

ଯାଜପୁର୩/୧: ସଂକଟରେ ଯାଜପୁର ଜିଲ୍ଲାର ଫ୍ଲାଏଆସ୍ ଇଟା ଶିଳ୍ପ। ପାଉଁଶ ଅଭାବରୁ ବନ୍ଦ ହେବାକୁ ବସିଲାଣି ସମସ୍ତ ଫ୍ଲାଏଆସ୍ କାରଖାନା । ଫଳରେ ଜୀବିକା ହରାଇବା ଚିନ୍ତାରେ ଶ୍ରମିକ ଓ କାରଖାନା ମାଲିକ।କଳିଙ୍ଗନଗର ସ୍ଥିତ ଜିନ୍ଦଲ୍ କାରଖାନା ପାଉଁସ ଯୋଗାଣ ବନ୍ଦ କରିଦେବାକୁ ଏଭଳି ସମସ୍ୟା ଦେଖାଦେଇଛି। ଏହାକୁ ନେଇ ଆନ୍ଦୋଳନକୁ ଓହ୍ଳାଇବାକୁ ପ୍ରସ୍ତୁତ ହେଉଛି ଯାଜପୁର ଫ୍ଲାଏଆସ୍ ବ୍ରିକସ୍ ମାଲିକ ସଂଘ ।

ସଂକଟରେ ଫ୍ଲାଏଆସ୍ ଇଟା ଶିଳ୍ପ । ପାଉଁଶ ଅଭାବରୁ ବନ୍ଦ ହେବାକୁ ବସିଲାଣି ଯାଜପୁର ଜିଲ୍ଳାର ୭୨ ଫ୍ଲାଏଆସ୍ କାରଖାନା । ଜୀବନ ଜୀବିକାକୁ ନେଇ ଚିନ୍ତାରେ ଶ୍ରମିକ ଏବଂ ମାଲିକ । ବେକାରୀ ଦୂରିକରଣ ପାଇଁ ରାଜ୍ୟ ସରକାର ଜିଲ୍ଲା ଶିଳ୍ପ କେନ୍ଦ୍ର ଜରିଆରେ ଯୁବ ଉଦ୍ୟୋଗିଙ୍କୁ ଏହି ସଂସ୍ଥା ସ୍ଥାପନ କରିବାକୁ ପ୍ରୋତ୍ସାହିତ କରିଥିଲେ । ବ୍ୟାଙ୍କ ମାଧ୍ୟମରେ ଋଣ ଯୋଗାଇ ଦେଇଥିଲେ ।

କଂଚାମାଲ୍ ଯୋଗାଇ ଦେବାକୁ ନିର୍ଦେଶନାମା ଜାରି କରିଥିଲେ । ଜିନ୍ଦଲ କାରଖାନା ବର୍ଜ୍ୟବସ୍ତୁ ଭାବେ ବାହାରୁଥିବା ପାଉଁଶକୁ ଜିଲ୍ଲାର ସମସ୍ତ ଫ୍ଲାଏଆସ୍ ଇଟା କାରଖାନାକୁ ଯୋଗାଇ ଆସୁଥିଲା । ହେଲେ ଜିନ୍ଦଲ କାରଖାନା ଏବେ ପାଉଁଶ ଦେବା ବନ୍ଦ କରିଦେଇଛି । ଫ୍ଲାଏଆସ୍ ଇଟା କାରଖାନାକୁ ପାଉଁଶ ଦେବା ପରିବର୍ତେ ଅଧିକ ମୁନାଫା ପାଇଁ ବିଭିନ୍ନ ସିମେଂଟ କାରଖାନା ଓ ଅନ୍ୟାନ୍ୟ ସଂସ୍ଥା ମାନଙ୍କୁ ଚାଲାଣ କରୁଛି ଜିନ୍ଦଲ । ଫଳରେ ପାଉଁଶ ଅଭାବରୁ ଫ୍ଲାଏଆସ୍ ଇଟା କାରଖାନା ଗୁଡିକ ଏବେ ବନ୍ଦ ହେବା ସ୍ଥିତିରେ ।

ଜିନ୍ଦଲ କାରଖାନାର ମୁନାଫାଖୋର ମନୋଭାବକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବାକୁ ସଜାବାଜ ଚଳାଇଛି ଯାଜପୁର ଫ୍ଲାଏଆସ୍ ବ୍ରିକସ୍ ମାଲିକ ସଂଘ । ଜିନ୍ଦଲ କାରଖାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସମସ୍ୟା ସଂପର୍କରେ ସଂଘ ପକ୍ଷରୁ ରାଜ୍ୟ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ନିର୍ଦ୍ଦେଶକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଜିନ୍ଦଲକୁ ଏନେଇ ରିପୋର୍ଟ ତଲବ କରାଯାଇଥିବା ଜିଲ୍ଳାପାଳ କହିଛନ୍ତି ।

ଯାଜପୁର ଜିଲ୍ଲାରେ ଥିବା ୭୨ ଟି ଫ୍ଲାଏଆସ୍ ଟଇା କାରଖାନା ବନ୍ଦ ହୋଇଗଲେ ସେଥିରେ କାର୍ଯ୍ୟ କରୁଥିବା ୨୨ ଶହରୁ ଅଧିକ ଶ୍ରମିକ ଜୀବିକା ହରାଇବେ । ତେଣୁ ସରକାର ଯଥାଶିଘ୍ର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

   Related Posts