Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ସଙ୍କଟରେ ୫୦ ବର୍ଷର ପୁରୁଣା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ: ଏନ୍‌ସିଇଟିଙ୍କ ନିର୍ଦ୍ଦେଶକୁ ବିରୋଧ, ବଲାଙ୍ଗୀରରେ ତୀବ୍ର ଅସନ୍ତୋଷ

11/03/2020 at 5:51 PM

ବଲାଙ୍ଗୀର୧୧/୩: ବଲାଙ୍ଗୀର ଜିଲ୍ଲାରେ ଆଗକୁ ଶିକ୍ଷକଙ୍କ ଅଭାବ ହୋଇପାର। କାରଣ ଏବେ ଶିକ୍ଷକ ବାହାରିବାର ରାସ୍ତା ବନ୍ଦ ହେବାକୁ ଯାଉଛି। ଜିଲ୍ଲାର ବହୁ ପୁରାତନ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ସବୁଦିନ ପାଇଁ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ ବିରୋଧ ହେବା ସହ ସମଗ୍ର ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି ।

ଏ ହେଉଛି ବଲାଙ୍ଗୀରର ସର୍ବପୁରାତନ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ । ୧୯୬୮ରେ ସ୍ଥାପିତ ଏ ଶିକ୍ଷାନୁଷ୍ଠାନର ଭାଗ୍ୟ ଏବେ ଭଗବାନଙ୍କ ଭରସାରେ। କାରଣ ଆଗାମୀ ଶିକ୍ଷା ବର୍ଷ ଠାରୁ ଏଠାରେ ଆଡମିଶନ ବନ୍ଦ କରିବାକୁ ଚିଠି ଦେଇଛି ଏନସିଇଟି । ଶିକ୍ଷକ ଅଭାବ ସହ ଭିତ୍ତିଭୂମି ନାହିଁ ।  ଏନସିଇଟିର ଗାଇଡଲାଇନକୁ ଏ କଲେଜ ପୂରଣ କରୁନାହିଁ ବୋଲି ଦର୍ଶାଇ ଏଭଳି ନିଷ୍ପତ୍ତି ନିଆଯାଇଛି । ସେପଟେ କିନ୍ତୁ ଏହାକୁ ଖଣ୍ଡନ କରିବାସହ ସମସ୍ତ ସର୍ତ୍ତକୁ ପୂରଣ କରାଯାଉଥିବା କହିଛନ୍ତି କଲେଜ ଅଧ୍ୟକ୍ଷ ।

ବଲାଙ୍ଗୀର ଠିକାଦାର ପଡାରେ ଥିବା ଏହି ଗୋଟିଏ ବିଲଡିଙ୍ଗରେ ୧୯୬୮ ମସିହାରୁ ପାଠ ପଢା ଚାଲିଛି । ପ୍ରଥମ ବର୍ଷରେ ୧୦୦ ଜଣ ଓ ଦ୍ବିତୀୟ ବର୍ଷରେ ୧୦୦ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ, ଜଣେ ମାତ୍ର ନିୟମିତ ଅଧ୍ୟକ୍ଷ ରହିଛନ୍ତି । ଅଧ୍ୟାପକ ନାହାଁନ୍ତି । ୨ ଜଣ ଗେଷ୍ଟ ଫାକଲଟିଙ୍କ ଦ୍ବାରା ଶିକ୍ଷା ଦାନ ଚାଲିଛି । କଲେଜ ଚଳେଇବା ପାଇଁ ୫୦ ଜଣ କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ୨୦ ଜଣ ।

ଏଭଳି ପରିସ୍ଥିତିରେ ଚାଲିଥିବା କଲେଜକୁ ବନ୍ଦ କରିବାକୁ ଏବେ ଚିଠି ଆସିଛି । ସେପଟେ ଏହାକୁ ବନ୍ଦ ହେବାକୁ ଦିଆଯିବ ନାହିଁ । ଯଦି ନିଷ୍ପତ୍ତି ନବଦଳେ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ବୋଲି ଚେତାବନୀ ଦେଇଛନ୍ତି ଏବିଭିପିର ସଦସ୍ୟ । ବଲାଙ୍ଗୀର ଜିଲ୍ଲା ସହ ପଡୋଶୀ ଜିଲ୍ଲା ତଥା ରାଜ୍ୟ ବାହାରର ଛାତ୍ର ଛାତ୍ରୀ ଶିକ୍ଷକ ହେବା ପାଇଁ ଏହି କଲେଜ ଉପରେ ନିର୍ଭରଶୀଳ । ତେଣୁ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବା ସହ ଏଭଳି ଏକ ପୁରାତନ କଲେଜକୁ ବଞ୍ଚାଇବାକୁ ଦାବି ହୋଇଛି ।

   Related Posts