କାନ୍ତକବିଙ୍କ ପ୍ରତିମୂର୍ତ୍ତିକୁ ନେଇ ତେଜିଲା ଆନ୍ଦୋଳନ
3/06/2020 at 8:53 PM

ଭଦ୍ରକ୩/୬: ଭଦ୍ରକ କାନ୍ତକବି ମଞ୍ଚ ଓ ଓଡିଶା ସ୍ଵାଭିମାନ ପରିଷଦ ପକ୍ଷରୁ ବାଇପାସ୍ ନିକଟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଭଙ୍ଗା ପ୍ରତିମୂର୍ତ୍ତି ତଳେ ଧାରଣା ଓ ପ୍ରତିବାଦ ସଭା । ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତି ଅସମ୍ମାନ ପ୍ରତିବାଦରେ ୬ ଦଫା ଦାବି ନେଇ ମଞ୍ଚ ପକ୍ଷରୁ ଏହି ଧାରଣା ଦିଆଯାଇଛି ।
କୋରନI ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ରାଜ୍ୟ ସରକାର ନିର୍ଦ୍ଦେଶରେ ସବୁଠିଁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ବେଳେ, ଭଦ୍ରକ ସହରର ବାଇପାସ୍ ନିକଟରେ ଥିବା ଏକମାତ୍ର ପ୍ରତିମୂର୍ତ୍ତି ଭଙ୍ଗା ଅବସ୍ଥାରେ ଥିବା ବେଳେ, ଏହା କାନ୍ତକବିଙ୍କ ପ୍ରତି ଅସମ୍ମାନ ବୋଲି ମଞ୍ଚ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ, ପୁନଃ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ଦାବି ଜୋର ଧରିଛି। ଗତକାଲି ମଧ୍ୟ ସମାନ ଦାବିରେ ସମାଜସେବୀ ଲକ୍ଷ୍ମୀଧର ବିଶ୍ଵାଳ ଧାରଣାରେ ବସିଥିଲେ। ଶେଷରେ ଆଜି ଜିଲ୍ଳା ପ୍ରଶାସନ ସହ କାନ୍ତକବି ମଞ୍ଚର ନେତୃ ମଣ୍ଡଳୀମାନେ ଆଲୋଚନା କରିଥିଲେ । ଏଥିପ୍ରତି ପ୍ରଶାସନ ଖୁବ ଶୀଘ୍ର ନିଷ୍ପତି ନେବ ନେଇ ସୂଚନା ମିଳିଛି ।